ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ନେହା
ଗତ କିଛିଦିନ ହେଲା ବଲିଉଡ୍ ଗାୟିକା ନେହା କକ୍କଡ଼ଙ୍କ ବ୍ରେକ୍ଅପ୍ ଖବର ଚର୍ଚ୍ଚାରେ ରହିଥିବାବେଳେ ଏବେ ଆଉ ଏକ ଖବର ପାଇଁ ନେହା ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି । ନିକଟରେ ପୁନିତ୍ ମାଲ୍ହୋତ୍ରାଙ୍କ ଭାଲେଣ୍ଟାଇନ୍ ପାର୍ଟିରେ ନେହାଙ୍କୁ ଦେଖିବାକୁ ମିଳିଥିଲା । ଏହି ପାର୍ଟିରେ ନେହା ଏକ କଳା ରଙ୍ଗର ଡ୍ରେସ୍ ପିନ୍ଧିଥିଲେ, ଯାହାକୁ ନେଇ ଏବେ ତାଙ୍କୁ ବିଭିନ୍ନ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।
ନେହାଙ୍କ ଏହି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । କମେଣ୍ଟ୍ ବକ୍ସରେ ଲେଖାଯାଇଛି – ‘ଏଭଳି ଖରାପ୍ ଆଉଟଫିଟ୍ରେ ନେହାଙ୍କୁ କେବେ ମଧ୍ୟ ପୂର୍ବରୁ ଦେଖିବାକୁ ମିଳିନାହିଁ’ । ଆଉ କେତେଜଣ ୟୁଜର୍ସ ନେହାଙ୍କ ଡ୍ରେସ୍କୁ ତାଙ୍କର ବ୍ରେକ୍ଅପ୍ ଖବର ସହିତ ଯୋଡ଼ିଦେଇ ଲେଖିଛନ୍ତି – ନେହା ତାଙ୍କ ବୟଫ୍ରେଣ୍ଡ୍ ହିମାଂଶ କୋହଲିଙ୍କୁ ଚିଡ଼ାଇବା ପାଇଁ ଏଭଳି ଡ୍ରେସ୍ ପିନ୍ଧିଛନ୍ତି । କିନ୍ତୁ ନେହାଙ୍କର ଅନେକ ପ୍ରଶଂସକ ନେହାଙ୍କ ଡ୍ରେସର ପ୍ରଶଂସା କରିବା ସହ ନକାରାତ୍ମକ ପ୍ରତିକ୍ରିୟା ଦେଇଥିବା ୟୁଜର୍ସଙ୍କୁ ଜବାବ୍ ମଧ୍ୟ ଦେଇଛନ୍ତି । ନେହାଙ୍କ ପ୍ରଶଂସକ କହିଛନ୍ତି ଯେ – ପସନ୍ଦ ମୁତାବକ ଡ୍ରେସ୍ ପିନ୍ଧିବାର ଅଧିକାର ନେହାଙ୍କର ଅଛି । ଡ୍ରେସକୁ ନେଇ ମନ୍ତବ୍ୟ ଦେଉଥିବା ବ୍ୟକ୍ତି ନିଜ ସମୟର ସଦୁପଯୋଗ କରନ୍ତୁ ଏବଂ ସେହି ସମୟରେ ନିଜ ପାଇଁ କୌଣସି ଏକ ଜବ୍ ଖୋଜନ୍ତୁ ।