ନେହାଙ୍କ ହାତକୁ ଆସିଲା ଆଉ ଏକ ସଫଳତା

‘ଦିଲବର୍’ ଫେମ୍ ନେହା କକ୍କଡ଼ଙ୍କ ଗୋଡ଼ ଏବେ ଆଉ ତଳେ ଲାଗୁନି । କାରଣ ଗାୟିକା ନେହା କକ୍କଡ଼ଙ୍କ ହାତରେ ଏବେ ଆଉ ଏକ ସଫଳତା ଧରାଦେଇଛି । ଏହି ଖୁସିକୁ ସେ ପ୍ରଶଂସକଙ୍କ ସହିତ ସେୟାର୍ କରିଛନ୍ତି । ଭାରତର ସବୁଠାରୁ ଲୋକପ୍ରିୟ ଆର୍ଟିଷ୍ଟ ପର୍ସନାଲିଟି ଭାବେ ନେହାଙ୍କୁ ବଛା ଯାଇଛି । ଇନଷ୍ଟାଗ୍ରାମ୍ ମାଧ୍ୟମରେ ନେହା ଏହି ଖୁସି ଜାହିର୍ କରିବା ସହ କହିଛନ୍ତି ଯେ ସୋସିଆଲ୍ ମିଡିଆରେ ତାଙ୍କର ଫଲୋର୍ସଙ୍କ ସଂଖ୍ୟା ହେଉଛି ୨୦ ମିଲିୟନ୍ । ଏହି ଖୁସିକୁ ବ୍ୟକ୍ତ କରିବା ପାଇଁ ନେହା ଇନଷ୍ଟାଗ୍ରାମ୍ରେ ଏକ ଫଟୋ ସେୟାର୍ କରିଛନ୍ତି । ସେହି ଫଟୋରେ ୨୦ ମିଲିୟନ୍ ଲେଖା ଥିବା ବେଲୁନ୍ କାନ୍ଥରେ ସଜାଯାଇଛି ଏବଂ ନେହା ପୁରା ଖୁସି ମୁଡ୍ରେ ଫଟୋ ପୋଜ୍ ଦେଇଛନ୍ତି ।

ଗତ କିଛିଦିନ ନେହାଙ୍କ ପାଇଁ ଖରାପ ସମୟ ଥିଲା । ହିମାଂଶ କୋହଲିଙ୍କ ସହିତ ବ୍ରେକ୍ଅପ୍ ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । ସୋସିଆଲ୍ ମିଡିଆରେ ଅନେକ ଥର ନେହା ଏହି ଦୁଃଖକୁ ପ୍ରକାଶ କରିଥିଲେ । ଅନେକ ଲାଇଭ୍ ଇଭେଣ୍ଟରେ ନେହା କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ନେହାଙ୍କର ଏଭଳି ପରିସ୍ଥିତିରେ ତାଙ୍କର ପ୍ରଶଂସକ ମଧ୍ୟ ଦୁଃଖିତ ଥିଲେ । କିନ୍ତୁ ଅନେକ ଦିନ ପରେ ନେହାଙ୍କ ଚେହେରାରେ ଖୁସି ଦେଖିବା ପରେ ଏବେ ପ୍ରଶଂସକଙ୍କ ପକ୍ଷରୁ ଶୁଭକାମନାର ସୁଅ ଛୁଟିଛି ।

Leave a Reply

Your email address will not be published.