ରାଜ୍ୟର ୭ ସହରରେ ଚାଲିଛି ‘ନିଟ୍‌’ ପରୀକ୍ଷା

ଭୁବନେଶ୍ଵର, (ଓଟି) : ରାଜ୍ୟର ୭ଟି ସହରରେ ଚାଲିଛି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା। ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୧୦ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟ ତଥା ଦେଶର ପ୍ରମୁଖ ମେଡିକାଲ୍‌ କଲେଜଗୁଡ଼ିକରେ ନାମ ଲେଖାଇବା ଲାଗି ଏହି ପ୍ରବେଶିକା ପରୀକ୍ଷା ହିଁ ଏକମାତ୍ର ବାଟ ଭାବେ ଗ୍ରହଣ କରାଯାଉଛି। ଯେଉଁ ୭ଟି ସହରରେ ନିଟ୍‌ ଅନୁଷ୍ଠିତ ହେଉଛଇ ସେଗୁଡ଼ିକ ହେଲା: ଅନୁଗୁଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା ଓ ସମ୍ବଲପୁର।

ପ୍ରତି ପରୀକ୍ଷା କେନ୍ଦ୍ର ଆଗରେ ଅଭିଭାବକ ଏବଂ ବିଭିନନ କୋଚିଂ ସେଣ୍ଟରଙ୍କ ଗହଳି ଦେଖିବାକୁ ମିଳିଛି।

ତିନିଘଣ୍ଟାଧରି ଚାଲିବାକୁ ଥିବା ଏହି ପରୀକ୍ଷାରେ ଓଡ଼ିଶାର ୪୨ ହଜାର ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷାର ଅଧଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ପରିସରରେ ପହଞ୍ଚିଛନ୍ତି। ୯ଟା ୩୦ ପରେ କୌଣସି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ପରିସରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଏନ୍‌ଟିଏ(ନ୍ୟା‌ସନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା।

ପରୀକ୍ଷାର୍ଥୀଙ୍କ ଲାଗି ଏଥର ବି କଡ଼ା ନିୟମ କରାଯାଇଛି। ପରୀକ୍ଷାର୍ଥୀମାନେ ଆଡମିଟ୍‌ କାର୍ଡ ସହ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଆଣିବାକୁ ପଡ଼ିବ। ଏଥିସହ ବୈଧ ପରିଚୟପତ୍ର ନିତ୍ୟାନ୍ତ ଆବଶ୍ୟକ। ପ୍ରତି ପରୀକ୍ଷା କେନ୍ଦ୍ରର ପ୍ରବେଶ ପଥରେ କାନ୍ଥ ଘଣ୍ଟା ଲଗାଇବା ବାଧ୍ୟତାମୂଳକ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀ ସାଙ୍ଗରେ ପେନ୍‌ସିଲ୍‌ ବାକ୍ସ, ପ୍ଲାଷ୍ଟିକ୍‌ ପାଉଚ୍‌, କାଲକୁଲେଟର, ପେନ୍‌, ସ୍କେଲ୍‌, ପେନ୍‌ ଡ୍ରାଇଭ୍‌, ଇରେଜର, ଇଲୋକଟ୍ରୋନିକ୍‌ ପେନ୍‌, ମୋବାଇଲ୍‌ ଫୋନ୍‌, ବ୍ଲୁଟୁଥ୍‌, ଇୟରଫୋନ୍, ମାଇକ୍ରୋଫୋନ୍‌, ହେଲଥ୍‌ ବ୍ୟାଣ୍ଡ, ହ୍ୟାଣ୍ଡବ୍ୟାଗ୍‌, ୱାଲେଟ୍‌, କ୍ୟାପ୍‌, ହାତଘଣ୍ଟା, ବ୍ରେସ୍‌ଲେଟ୍‌, କ୍ୟାମେରା, ଅଳଙ୍କାର, ଖାଦ୍ୟ ସାମଗ୍ରୀ, ପାଣି ବୋତଲ ଆଦି ନେଇପାରିବେ ନାହିଁ। ଯଦି କୌଣସି ପରୀକ୍ଷାର୍ଥୀ ଏହି ସବୁ ସାମଗ୍ରୀ ଆଣି‌ଥିବେ ତେବେ ତାହାକୁ ବାହାରେ ରଖି ପ୍ରବେଶ କରିବେ। ଡ୍ରେସ୍‌ ପରିଧାନ ଉପରେ ଏଥର ବି କଟକଣା ଜାରି ହୋଇଛି। ଜୋତା ପିନ୍ଧି ଯିବାକୁ ଅନୁମତି ଦିଆଯିବ ନାହିଁ। କମ୍‌ ହିଲ୍‌ ଥିବା ସ୍ଲିପର, ସାଣ୍ଡାଲ ପିନ୍ଧି ପାରିବେ ପରୀକ୍ଷାର୍ଥୀ। ଲାଇଟ୍‌ କ୍ଲଥ୍‌ ସହ ହାଫ୍‌ ଓ ଲଙ୍ଗ୍‌ ସେଲ୍‌ଭସ୍‌ ଡ୍ରେସ୍‌ ବାରଣ କରାଯାଇଛି। ତେବେ ସାଂସ୍କୃତିକ ଓ ଲୋକଚାର ସିଦ୍ଧ ଡ୍ରେନ୍‌ ପରିଧାନ କରି ଆସୁଥିବା ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ପୂର୍ବରୁ ରିପୋର୍ଟିଂ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ମେ’ ୫‌ରେ ସାରା ଦେଶରେ ନିଟ୍‌ ଅନୁଷ୍ଠିତ ହୋଇଥିଲା। ତେବେ ବାତ୍ୟା‌ ‘ଫନି’ ଯୋଗୁଁ ଓଡ଼ିଶାରେ ନିଟ୍‌ ପରୀକ୍ଷାକୁ ମେ’ ୨୦ ଯାଏ ଘୁଞ୍ଚାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *