ଆଉଜଣେ ବଙ୍ଗଳା ଫେରନ୍ତା କରୋନା ପଜିଟିଭ୍, ଯାଜପୁରରେ ସଂଖ୍ୟା ୮
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଆଉଜଣେ ବଙ୍ଗଳା ଫେରନ୍ତାଙ୍କୁ ଯାଜପୁରରେ କରୋନା ପଜିଟିଭ୍ ସଂକ୍ରମିତ ଥିବା ଠାବ କରାଯାଇଛି। ଏହାଦ୍ଵାରା ଯାଜପୁରରେ ମୋଟ୍ କରୋନା ପଜିଟିଭ୍ଙ୍କ ସଂଖ୍ୟା ୮ ହୋଇଛି।
ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଏହି ୮୩ ନମ୍ବର ରୋଗୀଙ୍କ ବୟସ ୩୮ ବର୍ଷ ଏବଂ ସେ ଜଣେ ପୁରୁଷ। ସେ ପୂର୍ବରୁ ଭଦ୍ରକରେ ଠାବ କରାଯାଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେଠାରେ ୩ଜଣଙ୍କୁ ପଜିଟିଭ୍ ଚିହ୍ନଟ କରାଯାଇଥିଲା।
ଏହି ସଂଖ୍ୟା ଦ୍ଵାରା ଓଡ଼ିଶାରେ ସମୁଦାୟ ପଜିଟିଭ୍ ଚିହ୍ନିତଙ୍କ ସଂଖ୍ରା ୮୩ ହୋଇଛି। ଏଥିରୁ ଆଜି ୨ଜଣ ସୁସ୍ଥ ହୋିଥିବା କରୋନା ରୋଗୀଙ୍କୁ ମିଶାଇ ୩୨ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ଦର୍ଶାଇଛି।