ଏନଡ଼ିଏ କୌଣସି ଦଳର ଜାଗିର ନୁହେଁ : ଶିବସେନା

ନୂଆଦିଲ୍ଲୀ : ଶିବସେନା ପୁଣି ଥରେ ଆଜି ବିଜେପିକୁ କଡ଼ା ସମାଲୋଚନା କରିଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଏନଡ଼ିଏ କୌଣସି ଦଳର ଜାଗିର ନୁହେଁ। ଏନଡ଼ିଏକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ, ବାଲା ସାହେବ ଠାକରେ ଓ ପ୍ରମୋଦ ମହାଜନ ତିଆରି କରିଥିଲେ।

ବର୍ତ୍ତମାନ ଏନଡ଼ିଏରେ ଯେଉଁ ବିଜେପି ନେତାମାନେ ଶୀର୍ଷ ସ୍ଥାନରେ ଅଛନ୍ତି ସେମାନେ ଏହାର ଗଠନବେଳେ ନଥିଲେ। କଂଗ୍ରେସ ବିରୋଧରେ ତିଆରି କରାଯାଇଥିବା ରାଜନୈତିକ ମଞ୍ଚ ହେଉଛି ଏନଡିଏ ଓ ଏଥିରେ ଶିବସେନା ପ୍ରଥମରୁ ରହିଛି।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *