ଫ୍ୟାନ୍ସଙ୍କ ସେଲଫି ପାଇଁ ନବାଜଙ୍କ ହାତ ଭାଙ୍ଗିଲା

ବଲିଉଡର ମାଉଣ୍ଟେନ୍ ମ୍ୟାନ୍ ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ସମ୍ପର୍କରେ ଖବର ଆସିଛି ଯେ ଜଣେ ଫ୍ୟାନ୍ସଙ୍କ ସେଲଫି ଚକ୍କରରେ ନବାଜଙ୍କ ହାତ ଭାଙ୍ଗିଯାଇଛି । ଘଟଣାଟି ଏହିଭଳି – କିଛିଦିନ ତଳେ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ନବାଜ୍ କାନପୁର୍ ଯାଇଥିଲେ । ସେଠାରେ ଜଣେ ପ୍ରଶଂସକ ନବାଜଙ୍କୁ ପଛରୁ ଜାବୁଡ଼ି ଧରି ତାଙ୍କ ସହିତ ସେଲଫି ନେବା ପାଇଁ ଚେଷ୍ଟା କରିଥିଲେ । ପ୍ରଶଂସକ ଓ ନବାଜ୍ଙ୍କ ମଧ୍ୟରେ ଟଣାଓଟରା ଚାଲିଥିବାରୁ ନବାଜଙ୍କ ହାତ ପାଖରେ ଥିବା କାରରେ ଜୋରରେ ପିଟି ହୋଇଥିଲା । ଏଭଳି ସମୟରେ ନବାଜଙ୍କ ବଡ଼ିଗାର୍ଡ଼ ତାଙ୍କୁ ଭିଡ଼ଭିତରୁ ଆଣି ନିଜ କାର୍ ପାଖରେ ପହଞ୍ଚାଇଥିଲେ । କିନ୍ତୁ ଇତିମଧ୍ୟରେ ନବାଜଙ୍କ ହାତରେ ଜୋର୍ ମାଡ଼ ବାଜିବା କାରଣରୁ ତାଙ୍କ ହାତ ଫେକଚର୍ ହୋଇଯାଇଥିଲା । ତୁରନ୍ତ ଚିକିତ୍ସା ପରେ ଏବେ ସେ ଭଲ ଅଛନ୍ତି । ଏ ସମ୍ପର୍କିତ ଏକ ଭିଡିଓ ମଧ୍ୟ କିଛି ଦିନ ତଳେ ଖୁବ୍ ଭାଇରାଲ୍ ହୋଇଥିଲା । କିନ୍ତୁ ନବାଜଙ୍କ ହାତ ଫେକଚର୍ ହୋଇଥିବା ଖବର ଏବେ ଜଣାପଡ଼ିଛି । ମିଡିଆ ସହିତ ଏକ ସାକ୍ଷାତକାରରେ ନବାଜ୍ ଏ ସମ୍ପର୍କରେ କହିଥିଲେ ଏବଂ ସେ ସେହି ଫ୍ୟାନ୍ ଉପରେ ଆଦୌ ରାଗି ନାହାନ୍ତି । ବରଂ ସେ ମଜାଳିଆ ଭାବେ କହିଛନ୍ତି ଯେ ସେହି ପ୍ରଶଂସକଙ୍କ ଭଲ ପାଇବା ତରିକା ଏଭଳି ଥିଲା । ସେଥିରେ କାହାର ଦୋଷ ନାହିଁ । ଆଗାମୀ ଦିନରେ ନବାଜଙ୍କୁ ମୌନି ରୟଙ୍କ ସହ ‘ବୋଲେ ଚୁଡ଼ିୟାଁ’ରେ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *