ଅଜୟଙ୍କ ପଦାଙ୍କରେ ନବାଜ୍

ପୁଲୱାମାରେ ହୋଇଥିବା ଆତଙ୍କି ହମ୍ଲାର ଆକ୍ରୋଶ ଭାରତୀୟଙ୍କ ମନରୁ ଯାଇନାହିଁ । ବଲିଉଡ୍ ମଧ୍ୟ ଏହି କ୍ଷେତ୍ରରେ ପଛରେ ନାହିଁ । ତାରକାମାନେ ସେମାନଙ୍କର ଫିଲ୍ମ ପାକିସ୍ତାନ୍ରେ ମୁକ୍ତିଲାଭ କରାଇବାକୁ ସଫା ସଫା ମନା କରି ଦେଉଛନ୍ତି । ପ୍ରଥମେ ଅଜୟ ଦେବଗନ୍ ତାଙ୍କର ଅଭିନୀତ ଫିଲ୍ମ ‘ଟୋଟାଲ୍ ଧମାଲ୍’ ପାକିସ୍ତାନ୍ରେ ରିଲିଜ୍ କରାଯିବନି ବୋଲି ନିଷ୍ପତି ନେଇଥିଲେ । ଅଜୟଙ୍କ ଏହି ନିଷ୍ପତିକୁ ଜବରଦସ୍ତ ସମର୍ଥନ ମିଳିଥିଲା । ଏବେ ଅଜୟଙ୍କ ପଦାଙ୍କ ଅନୁସରଣ ପୂର୍ବକ ଦକ୍ଷ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି ତାଙ୍କର ଆଗାମୀ ଫିଲ୍ମ ‘ଫଟୋଗ୍ରାଫ୍’କୁ ପାକିସ୍ତାନ୍ରେ ରିଲିଜ୍ ନକରିବା ପାଇଁ କହିଛନ୍ତି । ନବାଜ୍ଙ୍କ ଏହି ନିଷ୍ପତି ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ହୋଇଛି ଏବଂ ସୋସିଆଲ୍ ମିଡିଆରେ ଏହାର ସମର୍ଥନ କରାଯାଉଛି ।

ସୂଚନାଯୋଗ୍ୟ ରିତେଶ୍ ବତ୍ରାଙ୍କ ନିର୍ଦ୍ଦେଶିତ ‘ଫଟୋଗ୍ରାଫ୍’ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ସିନେମାଘରକୁ ଆସିବ । ଏଥିରେ ନବାଜ୍ଙ୍କ ସହ ସ୍କ୍ରୀନ୍ ସେୟାର୍ କରିଛନ୍ତି ସାନ୍ୟା ମାଲ୍ହୋତ୍ରା । ଏବେ ଏହି ଫିଲ୍ମର ପ୍ରମୋସନ୍ ଇଭେଣ୍ଟ୍ ଧୁମ୍ଧାମ୍ରେ ଚାଲିଛି ।

Leave a Reply

Your email address will not be published.