ସେନା ବିମାନ ଦୁର୍ଘଟଣାଗସ୍ତ

ନୂଆଦିଲ୍ଲୀ(ଓଟି): ଭାରତୀୟ ଜଳସେନାର ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଯାତ୍ରା କରୁଥିବା ୨ ଜଣ ପାଇଲଟ୍ ସୌଭାଗ୍ୟକ୍ରମେ ସୁରକ୍ଷିତ ଅଛନ୍ତି।

ସୂଚନାଯୋଗ୍ୟ ଯେ,  ରବିବାର ପୂର୍ବାହ୍ଣ ସାଢ଼େ ୧୦ଟାରେ ବିମାନଟି କିଛି ବାଟ ଯିବା ପରେ ଗୋଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବିମାନରେ ଯାତ୍ରା କରୁଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ଭାବେ ଓହ୍ଲାଇପଡ଼ିଥିଲେ। ଦୁଇ ଜଣଙ୍କୁ ଜଳସେନା ଚିହ୍ନିଟ କରିବା ସହ ତୁରନ୍ତ ଉଦ୍ଧାର କରିବା ପାଇଁ ଏକ ଟିମ୍‌ ପଠାଇଥିଲା। କାହିଁକି ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ କାରଣ ସ୍ପଷ୍ଟ ହୋଇନଥିବାବେଳେ ଜଳସେନା ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ନଭେମ୍ବର ୧୬ରେ ବାୟୁସେନାର ଏକ ମିଗ୍‌ ଟ୍ରେନିଂ ବିମାନ ଗୋଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଅଚାନକ ନିଆଁ ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ତଦନ୍ତ ପରେ ଜଣାପଡ଼ିଥିଲା। ଏହା ପୂର୍ବରୁ ୨୦୧୮ ଜାନୁଆରୀରେ ମଧ୍ୟ ଦୁର୍ଘଟଣା ଘଟିଥିଲା।

Leave a Reply

Your email address will not be published. Required fields are marked *