୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ବିଜେଡିର ବିଜୟ ବାନା ଉଡାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଏପ୍ରିଲ ୩ରୁ ମାରାଥନ ପ୍ରଚାର ଆରମ୍ଭ କରିବେ। ପୂର୍ବରୁ ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି ନବୀନ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ପୂରା ଦମରେ ପ୍ରଚାର କରିବେ ସୁପ୍ରିମୋ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ନବୀନ ଏପ୍ରିଲ ୩ରୁ କୋରାପୁଟରୁ ମାରାଥନ କ୍ୟାମ୍ପେନ ଆରମ୍ଭ କରିବେ। ଏଥିଲାଗି ସ୍ବତନ୍ତ୍ର ବସ୍ ପ୍ରସ୍ତୁତ ହୋଇସାରିଛି।

ଦକ୍ଷିଣ  ଓଡ଼ିଶାରୁ ଆରମ୍ଭ  ଆରମ୍ଭ ହେବାକୁ ଥିବା ନବୀନଙ୍କ ଏହି ଅଭିଯାନ ଏପ୍ରିଲ ୨୭ରେ ଉତ୍ତର ଓଡିଶାରେ ଶେଷ ହେବ। ଏହି ସମୟସୀମା ମଧ୍ୟରେ ପୂରା ଓଡ଼ିଶା ବୁଲିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ।

ଏପ୍ରିଲ ୩ରେ କୋରାପୁଟରେ ନବୀନ ଏକ ବଡ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଥିବା ବେଳେ ଏହାପରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପରେ ଦଳୀୟ ସଭାରେ ଯୋଗ ଦେଇ କର୍ମୀଙ୍କୁ ବିଜୟୀ ପାଇଁ ମନ୍ତ୍ର ଦେବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ପୂର୍ବରୁ କୋରାପୁଟ ଆସନ ବିଜେଡି ହାତରେ ଥିବାରୁ ଚଳିତଥର ଏହାକୁ ହାତଛଡା କରିବାକୁ ଚାହୁଁନାହିଁ ଦଳ ।

କୋରାପୁଟରେ ପ୍ରଚାର ଶେଷ ହେବା ପରେ ଏପ୍ରିଲ ୪ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବରଙ୍ଗପୁରରେ ପ୍ରଚାର କରିପାରନ୍ତି ନବୀନ । ରୋଡ ସୋ’ ଓ ରାଲି ସହ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟ ମାଗିବେ ନବୀନ । ଖାସକରି ଏହି ପ୍ରଚାର ସମୟରେ ଭୋଟରଙ୍କୁ ସହ ସିଧାସଳଖ ସର୍ମ୍ପକ ସ୍ଥାପନ ପାଇଁ ହାଇଟେକ ପ୍ରଚାର କରିପାରନ୍ତି ନବୀନ । ସ୍ୱତନ୍ତ୍ର ବସ ଓ ହୋଲୋଗ୍ରାମ ଜ୍ଞାନକୌଶଳ ମାଧ୍ୟମରେ ନବରଙ୍ଗପୁରର ସମସ୍ତ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଦଳ ।

ଷ୍ଟାର ପ୍ରଚାରକ ଭାବେ ନବୀନ କର୍ମୀଙ୍କ ମନରେ ଜୋଶ ଭରିବା ସହ ଏହି ୨ଟି ନିର୍ବାଚନମଣ୍ଡଳୀରେ ରାତ୍ରୀ ଯାପନ କରିପାରନ୍ତି ବୋଲି ଶୁଣାଯାଉଛି ।  ଯାହା ବିଜେଡି ପ୍ରାର୍ଥୀଙ୍କୁ ବେଶ ସୁହାଇବ ବୋଲି ଚର୍ଚ୍ଚା ହେଉଛି । କାରଣ ନବରଙ୍ଗପୁରରେ ଚଳିତ ଥର ତ୍ରିମୁଖୀ ଲଢେଇ ହେବ ବୋଲି ଆକଳନ କରାଯାଉଥିବା ବେଳେ ଏଠାରେ ପୁଣିଥରେ ବିଜେଡି ବିଜୟ ବାନା ଉଡାଇବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ବରିଷ୍ଠ କଟିଲେ, ଭର୍ତ୍ତୃହରି ସୁରକ୍ଷିତ

ଲୌହପୁରୁଷ ଏତେ ଚୁପ‍୍‌ କାହିଁକି?

ଆଜିଠାରୁ ବଦଳିଲା ଟିକସ ସମ୍ପର୍କିତ ଅନେକ ନିୟମ

Leave a Reply

Your email address will not be published.