ସିବିଏସ୍‌ଇ ଫି’ ବୃଦ୍ଧି ପ୍ରସଙ୍ଗ: ଆଦର୍ଶ ବିଦ୍ୟାଳୟ ଛାତ୍ର ପ୍ରଭାବିତ ହେବା ଆଶଙ୍କା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଟି): ସିବିଏସ୍‌ଇ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାର ଗ୍ରାମାଞ୍ଚଳ ଶିକ୍ଷାର୍ଥୀଙ୍କ ପାଖରେ ଇଂରାଜୀ ମାଧ୍ୟମ ଶିକ୍ଷା ପହଞ୍ଚାଇବା ଲକ୍ଷ୍ୟରେ ଯେଉଁ ଆଦର୍ଶ ବିଦ୍ୟାଳୟସବୁ ଖୋଲିଛନ୍ତି, ସେଗୁଡ଼ିକ ଏହି ନିଷ୍ପତ୍ତି ଦ୍ଵାରା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି। ଏଣୁ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ନିଶାଙ୍କଙ୍କୁ ଚିଠି ଲେଖି ଆହ୍ବାନ କରିଛନ୍ତି। 

ସେ କହିଛନ୍ତି, ଓଡ଼ିଶା ସରକାର ଗ୍ରାମାଞ୍ଚଳରେ ଇଂରାଜୀ ମାଧ୍ୟମ ଶିକ୍ଷାର ପ୍ରସାର ପାଇଁ ୨୦୦ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ଏହି ସ୍କୁଲ୍‌ସବୁ ସିବିଏସ୍‌ଇ ଅନୁବନ୍ଧିତ। ଏହି ସ୍କୁଲ୍‌ରେ ଅନେକ ସଂଖ୍ୟାରେ ଗରିବ ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ଵାରା ଏମାନେ ସମସ୍ତେ ପ୍ରଭାବିତ ହେବେ। 

ଦୁଇଦିନ ତଳେ ସିବିଏସ୍‌ଇ କର୍ତ୍ତପକ୍ଷ ୧୦ମ ଏବଂ ଦ୍ଵଦଶ ଶ୍ରେଣୀ ପରୀକ୍ଷା ଫି’ ବୃଦ୍ଧି ପାଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯେଉଁଥିରେ କୁହାଯାଇଛଇ ଯେଳ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ପରୀକ୍ଷା ଫି’ ୧୨୦୦ ଟଙ୍କା ହୋଇଛି। ପୁର୍ବରୁ ଏହା ୫୦ ଟଙ୍କା ରହିଥିଲା। ଏହାବାଦ୍‌ ସାଧାରଣବର୍ଗ ପିଲାଙ୍କ ପାଇଁ ପରୀକ୍ଷା ଫି’ ୧୫୦୦ ଟଙ୍କା ହୋଇଛି, ପୂର୍ବପେକ୍ଷା ଏହା ଦୁଇଗୁଣା।  ସିବିଏସ୍‌ଇଙ୍କ ଏହି ନିଷ୍ପତ୍ତି ସାରା ଦେଶରେ ଉଦ୍‌ବେଗ ସୃଷ୍ଟି କରିଛି। 

 

Leave a Reply

Your email address will not be published. Required fields are marked *