ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଚିଠି: ମାଗଣାରେ ୧୦୦୦ ଲିଟର କିରାସିନି ଦିଅ
ଭୁବନେଶ୍ଵର, (ଓଟି): ‘ଫୋନି’ ଦ୍ଵାରା ଉତ୍କଟ ସମସ୍ୟାରେ ଗତିକରୁଥିବା ପୁରୀ ଜିଲ୍ଲା ଲାଗି ଏକ ହଜାର ଲିଟର କିରାସିନି ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି।
ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀ ଜିଲ୍ଲା ‘ଫୋନି’ ଦ୍ଵାରା ଯଥେଷ୍ଟ ପ୍ରଭାବିତ ହୋଇଛି। ଏହାର ବିଜୁଳି ସରବରାହ ବ୍ୟବସ୍ଥା ସଜାଡ଼ିବା ପାଇଁ ଅନେକ ସମୟ ଆବଶ୍ୟକ। ଏହା ସତ ଯେ, ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ପୁନଃ ନିର୍ବାଣ କାର୍ଯ୍ୟ ଚାଲିଛି କିନ୍ତୁ ତାହା ସମୟ ସାପେକ୍ଷ। ଏହିକ୍ରମରେ ଲୋକଙ୍କୁ ଅଳ୍ପ କିଛି ଆଶ୍ଵସ୍ତି ଯୋଗାଇବା ଲାଗି କିରାସିନି ତେଲର ଆବଶ୍ୟକ ରହିଛି। ଏଣୁ ରାଜ୍ୟ କୋଟା ବାଦ୍ ଅତିରିକ୍ତ ୧ଏକ ହଜାର ଲିଟର କିରାସିନି ବ୍ୟବସ୍ଥା କରନ୍ତୁ।

ପୁଣି ଏହି କିରାସିନି ମାଗଣାରେ ଡିଲରମାନଙ୍କୁ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏହା ହେଲେ ସେମାନେ ସମ୍ପୃକ୍ତ ହିତାଧିକାରୀଙ୍କୁ କିରାସିନି ବାଣ୍ଟିବା ବେଳେ ପଇସା ମାଗିବେ ନାହିଁ। ଫଳରେ ପ୍ରଭାବିତ ଲୋକେ ଆଶ୍ଵସ୍ତିଲାଭ କରିବେ।
ଏହାକୁ ଏକ ସ୍ଵତନ୍ତ୍ର ଘଟଣା ଭାବେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେଉଁ କୋଟାକୁ ମେ ମାସରେ ଉଠାଇ ଖର୍ଚ କରାଯିବ ବୋଲି ସେ ଚିଠିଲେ ଉଲ୍ଲେଖ କରହିଛନ୍ତି।