ହିଞ୍ଜିଳି ସହ ବିଜେପୁରରୁ ଲଢ଼ିବେ ନବୀନ
ଭୁବନେଶ୍ଵର, (ଓଟି): ନିଜ ପୁରୁଣା ନିର୍ବାଚନ ମଣ୍ଡଳୀ ସହ ବିଜେପୁରରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଶ୍ଚିମାଞ୍ଚଳ ନେତାଙ୍କ ଅନୁରୋଧକୁ ରକ୍ଷା କରି ନବୀନ ଏହି ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ଅର୍ଥାତ୍ ୨୦୧୯ ବିଧାନସଭା ନିର୍ବାଚନ ପାଇଁ ନବୀନ ହିଞ୍ଜିଳିରୁ ଲଢ଼ିବା ସହ ବିଜେପୁରରୁ ବି ପ୍ରାର୍ଥୀ ହେବେ।
ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ପ୍ରଥମଥର ପାଇଁ ନବୀନ ଏହିଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ କେବଳ ହିଞ୍ଜିଳିରୁ ପ୍ରାର୍ଥୀ ହୋଇ ବ୍ୟାପକ ଭୋଟ୍ ହାସଲ କରୁଥିଲେ।