ବିଜେପି ଓଡିଶାବାସୀଙ୍କୁ ଧୋକା ଦେଇଛି : ନବୀନ

ନବରଙ୍ଗପୁରରେ ନିର୍ବାଚନୀ କ୍ୟାମ୍ପେନ ଆରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଓଡିଶାବାସୀଙ୍କୁ ଧୋକା ଦେଇଛି। ୨୦୧୪ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିନାହାଁନ୍ତି।

ନବରଙ୍ଗପୁରର ରାଇଘରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ, କେନ୍ଦ୍ରର ବଡ ବଡ ନେତାମାନେ ୫ ବର୍ଷରେ ଥରେ ହେଲେ ନବରଙ୍ଗପୁର ଆସିଲେ ନାହିଁ। ଭୋଟ ପରେ ବି ଆସିବେ ନାହିଁ। ଏବେ କେବଳ ଭୋଟ ପାଇଁ ଆସିଛନ୍ତି। ସେମାନଙ୍କୁ ଆପଣମାନେ କାହିଁକି କେବେବି ଯୋଜନା ବନ୍ଦ କଲ, ଅନୁସୁଚିତ ଜାତି ଜନଜାତି ପିଲାଙ୍କ ଛାତ୍ରବୃତ୍ତି କାହିଁକି ବନ୍ଦ କଲ, ମହାନଦୀ ପାଣିକୁ କାହିଁକି ବନ୍ଦ କଲ, ଚାଷୀ ବୀମାରେ କାହିଁକି ଚାଷୀଙ୍କୁ ହଇରାଣ କରାଯାଉଛି, କୁଆଡେ ଗଲେ ଦୁଇ ଗୁଣା ଏମଏସପି, କୁଆଡେ ଗଲା ୧୦ କୋଟି ଚାକିରୀ, କୁଆଡେ ଗଲା ନବରଙ୍ଗପୁର ପାଇଁ ନୂଆ ରେଳ ଲାଇନ, କୁଆଡେ ଗଲା ହର୍ କ୍ଷେତକୋ ପାନି ଘୋଷଣା ଟ୍ଟ ଏହିସବୁ ପ୍ରଶ୍ନ ପଚାରନ୍ତୁ ବୋଲି ନବୀନ ଆହ୍ବାନ ଦେଇଛନ୍ତି।

ଜଳସେଚନ ପାଇଁ ଓଡିଶା ସରକାର ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେନ୍ଦ୍ର ମାତ୍ର ୨୫୦ କୋଟି ଟଙ୍କା ଦେଇ ଡିଣ୍ଡିମ ପିଟୁଛି। ବାତ୍ୟା, ବନ୍ୟା, ମରୁଡି ସମୟରେ କେଉଁଠି ଥିଲେ ବୋଲି ପ୍ରଶ୍ନ କରିବା ସହ କହିଛନ୍ତି ଯେ, ସାଢେ ଚାରି କୋଟି ଓଡିଶାବାସୀ ମୋ ପରିବାର। ତେଣୁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରିଚାଲିବ।

ସେହିଭଳି କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆମର ନିର୍ବାଚନୀ ଇସ୍ତାହାରରେ ଚାଷୀ ଚାଷୀ କଲ୍ୟାଣକୁ ଏକ ନମ୍ବର ଏଜେଣ୍ଡା ଭାବେ ଗ୍ରହଣ କରାଯାଇଛି। ଏଥିସହିତ ବିଜେଡି ପଣି ଥରେ ସରକାର ଗଠନ କଲେ ପ୍ରଥମ ଦିନରେ ହିଁ ବାକି ଥିବା ୨୫ ଲକ୍ଷ ଚାଷୀ କାଳିଆ ଯୋଜନାର ଦୁଇଟି କିସ୍ତି ୧୦ ହଜାର ଟଙ୍କା ଏକାଥରକେ ପାଇବେ ବୋଲି ସେ ଦୋହରାଇଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୫ ଆସନରେ ବଦଳି ପାରନ୍ତି ବିଜେଡି ପ୍ରାର୍ଥୀ

ଭାଇରାଲ ଭିଡିଓ ନେଇ ଅଡ଼ୁଆରେ ପ୍ରଦୀପ ମାଝୀ

କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?

Leave a Reply

Your email address will not be published.