ଦୁର୍ନୀତି ଅଭିଯୋଗ: ୬ ଅଧିକାରୀ ବହିଷ୍କୃତ, ୫ଜଣଙ୍କ ପେନ୍ସନ୍ ବନ୍ଦ
ଭୁବନେଶ୍ଵର,(ଓଟି): ବିଭିନ୍ନ ସମୟରେ ରାଜ୍ୟ ଭିଜିଲାନ୍ସ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଜଣ ଅଧିକାରୀଙ୍କ ରାଜ୍ୟ ସରକାର ବହିଷ୍କାର କରିଛନ୍ତି। ଏହାବାଦ୍ ୫ଜଣଙ୍କ ପେନ୍ସନ୍ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଗଲା ଦୁଇମାସ ମଧ୍ୟରେ ୪୪ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୧୧ଜଣଙ୍କ ପେନ୍ସନ୍ ବନ୍ଦ କରାଯାଇଚି। ସେହିପରି ୧୦ଜଣଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଆଜି ବରଖାସ୍ତ ଅଧିକାରୀମାନେ ହେଲେ ମାଲକାନଗିରି ଜିଲ୍ଲା କୁଡ଼ୁମୁଲୁଗୁମ୍ମା ବ୍ଲକ୍ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ବେହେରା, ସମ୍ବଲପୁର ଧାନକୁଡ଼ା ବ୍ଲକ୍ ଜୁନିୟର ଇଞ୍ଜିନିୟର ବୁଦ୍ଧିରାମ ସୁଆନି, ନବରଙ୍ଗପୁର ଜିଲ୍ଲା ପାପଡ଼ରହାଣ୍ଡି ବ୍ଲକ୍ ପ୍ରୋଗ୍ରେସ୍ ଆସିଶଷ୍ଟାଣ୍ଟ ସୁରେଶ ଚନ୍ଦ୍ର ମିଶ୍ର, ଅନୁଗୁଳ ଫରେଷ୍ଟ ରେଞ୍ଜ ଅଧିକାରୀ ହେମନ୍ତକୁମାର ପଣ୍ଡା, ବ୍ରହ୍ମପରରେ ଅବସ୍ଥାପିତ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ବୀରାଜ ଲେଙ୍କା ଏବଂ କେନ୍ଦୁଝର ଜିଲ୍ଲା ହାଟ ଡିହି ବ୍ଲକ୍ର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସୁଶୀଳ କୁମାର ସେଠ।
ସ୍ଥାୟୀ ଭାବେ ଯେଉଁ ୫ ଜଣଙ୍କ ପେନ୍ସନ୍ ବନ୍ଦ କରାଯାଇଛି ସେମାନଙ୍କ ଭିତରେ ୩ ଜଣ ପୂର୍ବତନ ଓଏଏସ୍ ଅଧିକାରୀ ରହିଛନ୍ତି। ସେମାନେ ହେଲେ ବରଗଡ଼ ମ୍ୟୁନିସିପାଲିଟିର ପୂର୍ବତନ ନିର୍ବାହୀ ଅଧିକାରୀ ନବୀନ ସେଠ, ଖଣ୍ଡପଡ଼ା ବ୍ଲକ୍ର ପୂବର୍ତର୍ନ ବିଡିଓ ସନାତନ ସେଠୀ, କୋରାପୁଟର ପୂର୍ପୁବତନ ଆରଟିଓ ପୁରନ୍ଦର ପୁଜାରୀ, ସୁନ୍ଦରଗଡ଼ ପୂତ୍ତ୍ର୍ର୍ ବିଭାଗର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ନିରଞ୍ଜନ ଜେନା ଏବଂ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ର ପୂର୍ବତନ ଜେଇ ପିତାମ୍ବର ପ୍ରତିହାରୀ।