ବସ୍ ଉପରୁ ନବୀନଙ୍କ ପ୍ରଚାର ଆରମ୍ଭ, ବିଜେପି ନେତାଙ୍କୁ ଟାର୍ଗେଟ
କଂଗ୍ରେସ ନୁହେଁ, ବିଜେପି ହିଁ ବିଜେଡିର ପ୍ରଧାନ ପ୍ରତିଦ୍ଵନ୍ଦ୍ଵୀ। ରାଜ୍ୟରେ ଏହି ସ୍ଥିତିକୁ ବିଜେଡି ପରୋକ୍ଷରେ ସ୍ଵୀକାର କରିଛି। ବିଜେଡି ପାଇଁ ପ୍ରଚାର ତ୍ଵରାନ୍ବିତ କରିବାକୁ ଯାଇ ନବୀନ ଯେଉଁ ରଣନୀତି ଧାରଣ କରିଛନ୍ତି ସେଥିରୁ ଏହା ସ୍ପଷ୍ଟ ଜଣାପଡ଼ୁଛି।
ନିର୍ବାଚନ ପ୍ରଚାରକୁ ତ୍ଵରାନ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ। ଛତ୍ରପୁର ନିକଟସ୍ଥ କନିସିଠାରେ ଏକ ସାଧାରଣ ସଭା ପରେ ନବୀନ ଲୋକଙ୍କ ସହ ଯୋଡ଼ି ହେବାଲାଗି ଏକ ଅତ୍ୟାଧୁନିକ ବସ୍କୁ ଆୟୁଧ କରିଛନ୍ତି। ରୋଡ୍ଶୋରେ ଏହି ବସ୍ ଦେଖିବା ଲାଗି ଅନେକ ଲୋକଙ୍କ ଭିଡ଼ ହୋଇଛି। ଆଉ ମଝିରେ ମଝିରେ ନବୀନ ପାଖାପାଖି ୫ ଫୁଟ ଉପରକୁ ଉଠି ବସ୍ ଛାତ ଉପରୁ ଲୋକଙ୍କୁ ଅଭିବାଦନ କରିଛନ୍ତି।

ନିଜର ପ୍ରତିଦ୍ଵନ୍ଦ୍ଵୀ ତଥା ବିଜେପିକୁ ଆକ୍ଷେପ କରି ନବୀନ କହିଛନ୍ତି,
“ଗଞ୍ଜାମର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ମୋର ନମସ୍କାର ।
ମୁଁ ଆଜି ଆପଣଙ୍କ ପାଖକୁ ଆସିଛି ।
ଆପଣମାନେ ଖୁସି ତ ? ମୁଁ ବି ବହୁତ ଖୁସି ।
ଆପଣମାନେ ଖରାରେ ଏତେ ସଂଖ୍ୟାରେ ଆସିଛନ୍ତି । ସେଥିପାଇଁ ବହୁତ ଧନ୍ୟବାଦ ।
ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ମୁଁ କିଛି ତଥ୍ୟ ଆପଣଙ୍କ ବିଚାର ପାଇଁ ରଖୁଛି ।
ଫାଇଲିନ ହେଲା ……………….. ଆସିଲେ ନାହିଁ ।
ହୁଡ୍ ହୁଡ୍ ହେଲା ……………….. ଆସିଲେ ନାହିଁ ।
ତିତିଲି ହେଲା ….. ………………. ଆସିଲେ ନାହିଁ ।
ମରୁଡି ହେଲା ….. ………………. ଆସିଲେ ନାହିଁ ।
କିନ୍ତୁ, election ହେଲା……… ଭୋଟ ପାଇଁ ଆସିଗଲେ।
ବିଜେପିର ବଡ ବଡ ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ଆପଣମାନେ ତାଙ୍କୁ ପଚାରନ୍ତୁ ।
କୁଆଡେ ଗଲା ……….. ସିତାପଲ୍ଲୀ ରେଲୱେ ୱାଗନ ଫ୍ୟାକ୍ଟ୍ରି ?
କୁଆଡେ ଗଲା ……….. special category statusର ପ୍ରତିଶ୍ରୁତି ?
କୁଆଡେ ଗଲା ……….. ମହିଳା reservation ପ୍ରତିଶ୍ରୁତି ?
କାହିଁକି ବୀମା ପାଇଁ ଚାଷୀ ହଇରାଣ ?
ଆଉ Insurance company ଲାଭବାନ ?
କାହିଁକି ବନ୍ୟାରେ, ବାତ୍ୟାରେ ଓଡିଶାକୁ ସହଯୋଗ ମିଳୁ ନାହିଁ ?
କାହିଁକି SC-ST ପିଲାଙ୍କ scholarship ବନ୍ଦ କଲେ ?
କୁଆଡେ ଗଲା ପ୍ରତି ବର୍ଷ ୨ କୋଟି ଚାକିରୀ ? ୫ ବର୍ଷରେ ୧୦ କୋଟି ଚାକିରୀ?
ପ୍ରତି ତିନୋଟି ଘରୁ ଜଣେ ଚାକିରୀ ପାଇଥିବା କଥା ।
ହେଲାକି ?
ଆପଣଙ୍କ ନିଜ ଗାଁରେ ଦେଖନ୍ତୁ ।
Election ଆସିଲେ ଆସିବେ, ବଡ ବଡ କଥା କହିବେ। ତା ପରେ ଦେଖା ମିଳିବ ନାହିଁ ।
ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ମୁଁ ସବୁବେଳେ ଆପଣଙ୍କ ପାଖରେ ଅଛି ଆଉ ରହିବି ।
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର ଯୋଜନା ସବୁ ବର୍ଗ ପାଇଁ ଅଛି ।
କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେ । ଆଉ ୨୦ ଲକ୍ଷ ଚାଷୀଙ୍କର ଲିଷ୍ଟ ହୋଇଛି । ଦୁଃଖର କଥା, ଚାଷୀର ହକ୍କୁ କିଛି opposition party ବିରୋଧ କରୁଛନ୍ତି । ଚାଷୀଭାଇମାନେ ତାଙ୍କୁ electionରେ ଉଚିତ ଜବାବ ଦେବେ। ଲିଷ୍ଟରେ ଥିବା ସବୁ ଯୋଗ୍ୟ ଚାଷୀ ଯୋଜନାର ଲାଭ ପାଇବେ। ଜଣେ ବି ଯୋଗ୍ୟ ଚାଷୀ ବଞ୍ଚିତ ହେବେ ନାହିଁ ।
ଆପଣଙ୍କ ଖୁସିରେ ମୋର ଖୁସି ।
ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ।
ଦୁଇ ଥର –
ଥରେ MLA ପାଇଁ
ଆଉ ଥରେ MP ପାଇଁ ।
ଧନ୍ୟବାଦ ।”
ଏହି ଭାଷଣ ଏବେ ରାଜ୍ୟର ନିର୍ବାଚନ ରଣାଙ୍ଗନରେ ବିଜେଡି ବନାମ ବିଜେପି ଲଢ଼େି ଭାବେ ଉଭା ହେବାକୁ ଯାଉଛି।