ନବୀନ କହିଲେ ବୈଜୟନ୍ତ ଷଡ଼ଯନ୍ତ୍ରକାରୀ, ଜୟଙ୍କ ଖଣ୍ଡନ

ଭୁବନେଶ୍ୱର, (ଓଟି): ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସଙ୍ଗୀନ ଅଭିଯୋଗ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆଣିଛନ୍ତି । ବୈଜୟନ୍ତ କିଭଳି ଭାବେ ଷଡ଼ଯନ୍ତ୍ର ରଚିଥିଲେ ତାଙ୍କ ଚୌକି ହାତେଇବା ପାଇଁ ସେ ସମ୍ପର୍କରେ ନବୀନ ଖୁଲାସା କରିଛନ୍ତି । ପୂର୍ବରୁ ଯଦିଓ ବୈଜୟନ୍ତଙ୍କ ନବୀନଙ୍କ ଚୌକି ପ୍ରତି ଲୋଭ ଥିବା କଥା ପ୍ରଚାର ହେଉଥିଲା, ଯେଉଁଥିପାଇଁ ନବୀନ ତାଙ୍କୁ ଦୂରେଇଦେଲେ ତାହା ଏବେ ସେ ନିଜେ ମୁହଁ ଖୋଲି କହିଛନ୍ତି ।

ଏନଡିଟିଭି ସାମ୍ବାଦିକ ଶ୍ରୀନିବାସ ଜୈନଙ୍କୁ ଏ ବାବଦରେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତିି ଯେ, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗୁଜବ ରଚିଥିଲେ । ଏଥିରେ ତାଙ୍କର ଲକ୍ଷ୍ୟ ଥିଲା କ୍ଷମତା ହାସଲ କରିବା । ଅର୍ଥାତ୍ ତାଙ୍କ ସ୍ଥାନ ଦଖଲ କରିବା । ଏଥିପାଇଁ ନବୀନ ଅସୁସ୍ଥ ରହିଛନ୍ତି ବୋଲି ମଧ୍ୟ ସେ ଅପପ୍ରଚାର କରିଥିବା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ଏନଡିଟିଭିର ସାମ୍ବାଦିକ ଶ୍ରୀନିବାସନ୍ ଜୈନ ଏ ସମ୍ବନ୍ଧରେ ଏକ ଟ୍ୱିଟି୍ କରିଛନ୍ତି । ଏହି ଟ୍ୱିଟର ଜବାବ ରଖିଛନ୍ତି ବୈଜୟନ୍ତ। ସେ କହିଛନ୍ତି, ଯାହାସବୁ ଏଥିରେ କୁହାଯାଉଛି ତାହା ଡାହା ମିଛ । ଜଗନ୍ନାଥ ତାଙ୍କୁ ସଦବୁଦ୍ଧି  ଦିଅନ୍ତୁ ଓ ସେ ସବୁବେଳେ ସୁସ୍ଥ ରୁହନ୍ତୁ । ଏଭଳି ମନ୍ତବ୍ୟ ନବୀନଙ୍କ ଷଡ଼ଯନ୍ତ୍ର ତତ୍ତ୍ୱର ଏକ ଉଦାହରଣ ବୋଲି ସେ କହିଛନ୍ତିି ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ଇଣ୍ଡିଆ ଟିଭି ସର୍ଭେ : ବିଜେଡି-୧୦୦, ବିଜେପି-୩୧, କଂଗ୍ରେସ-୦୯

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

Leave a Reply

Your email address will not be published.