ଅଙ୍ଗଦାନକୁ ପ୍ରୋତ୍ସାହନ: ପ୍ରତିବର୍ଷ ରାଜ୍ୟ ଦେବ ‘ସୁରଜ’ ପୁରସ୍କାର
ଭୁବନେଶ୍ଵର, (ଓଟି): ଅଙ୍ଗଦାନକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ଏକ ରାସ୍ତା ଦୁର୍ଘଟଣାରେ ଜୀବନ ହରାଇଥିବା ସୁରଜଙ୍କ ନାମରେ ପ୍ରତିବର୍ଷ ଅଙ୍ଗଦାନକାରୀଙ୍କୁ ପୁରସ୍କାର ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ପୁରସ୍କାରର ପ୍ରକୃତ ରୂପରେଖ ବାବଦରେ କିଛି ସ୍ପଷ୍ଟ କରାଯାଇ ନାହିଁ।
ସୁରଜଙ୍କ ବାପା ବାବୁଲି ସେଠୀ ଓ ମା’ ଗୀତାଞ୍ଜଳୀ ସେଠୀଙ୍କୁ ଲୋକସସେବା ଭବନରେ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ସମ୍ମାନିତ କରିଛନ୍ତି। ସେମାନଙ୍କର ଉଚିତ ସମୟରେ ନିଷ୍ପତ୍ତି ଦ୍ଵାରା ୬ ଜଣ ଲୋକଙ୍କ ଜୀବନ ବଞ୍ଚିଥିବା ସେ ଜଣାଇଛନ୍ତି। ଏହି କାର୍ଯ୍ୟକୁ ପେୟାତ୍ସାହନ ଦେବା ତଥା ସୁରଜଙ୍କୁ ଅମର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଅକ୍ଟୋବର ୨୯ ତାରିଖରେ ସୁରଟରେ ଏକ ରାସ୍ତା ଦୁର୍ଘଟଣା ହେତୁ ସୁରଜଙ୍କ ଜୀବନ ଚାଲିଯାଇଥିଲା। ହସ୍ପିଟାଲ୍ରେ ଥିବାବେଳେ ତାଙ୍କ ମସ୍ତିଷ୍କ ମୃତ ଥିବା ଜାଣି ଏକ ସ୍ଥାନୀୟ ଘରୋଇ ସଂସ୍ଥା ସୁରଜଙ୍କ ଅଙ୍ଗଦାନ ପ୍ରସ୍ତାବ ତାଙ୍କ ବାପା ମା’ଙ୍କୁ ଦେଇଥିଲେ। ଏଥିରେ ସହମତ ହେବାରୁ ତାଙ୍କ ଆଖି, ବୃକ୍କ, ଯକୃତଏବଂ ହୃତ୍ପିଣ୍ଡକୁ ୬ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏହା ଫଳରେ ସେମାନେ ପୁନଃ ଜୀବନ ପାଇପାରିଥିଲେ।