ନବୀନଙ୍କ ନାମାଙ୍କନ; ନିର୍ଦ୍ଵନ୍ଦ୍ଵରେ ୮ମ ପାଳି

ଭୁବନେଶ୍ୱର(ଓଟି): ବିଜେଡିର ସଭାପତି ପଦ ପାଇଁ ପ୍ରକ୍ରିୟା ଚାଲିଛି। ତେବେ ନିର୍ବାଚନ ହେବାର ସମ୍ଭାବନା ନାହିଁ। କାରଣ ଏକାଧିକ ପ୍ରାର୍ଥୀ ହେଲେ ନିର୍ବାଚନ ହୁଅନ୍ତା, ହେଲେ ନବୀନ ପୁଣି ନିର୍ଦ୍ଵନ୍ଦ୍ଵ। ଅର୍ଥାତ୍‌ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେମାତ୍ର ପ୍ରାର୍ଥୀ ଭାବେ ବିଜେଡି ସଭାପତି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶ୍ରୀ ପଟ୍ଟନାୟକ ଦଳୟ ବରିଷ୍ଠ ନେତାଙ୍କ ସହ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିବାବେଳେ ଉକ୍ତ ପଦବୀ ପାଇଁ ଆଉକେହି ପ୍ରତିଦ୍ୱନ୍ଦ୍ୱିତା କରୁନଥିବା ଜଣାପଡ଼ିଛି। ଫଳରେ ନବୀନ ନିର୍ଦ୍ୱନ୍ଦ୍ୱରେ ପୁଣିଥରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେବେ। ଆସନ୍ତା ୨୬ରେ ବିଧିବଦ୍ଧ ଭାବେ ସେ ଅଷ୍ଟମ ଥର ପାଇଁ ଦଳର ମୁଖିଆ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦଳର କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ୮୦ ଜଣ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଗତ ୨୧ରେ ଦଳର ସାଂଗଠନିକ ଜିଲ୍ଲା ସଭପତିଙ୍କ ନାମ ଘୋଷଣା ହୋଇସାରିଛି।

Leave a Reply

Your email address will not be published. Required fields are marked *