ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ରଖିବା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣିଥରେ ଅହିଂସା ଶବ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସାମିଲ୍ କରିବା ପାଇଁ ଦାବି କରିଛନ୍ତି। ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ କମିଟିର ଦ୍ଵିତୀୟ ବୈଠକରେ ସେ ଏହି କଥାକୁ ଦୋହରାଇ କହିଛନ୍ତି, ‘ ଅହିଂସା ହେଉଛି ବିଶ୍ଵକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା। ଏହା ଆମ ସ୍ଵାଧୀନତା ସଂଗ୍ରାମକୁ ବିଶ୍ଵର ଅନ୍ୟ ଦେଶମାନଙ୍କଠାରୁ ନିଆରା ଭାବେ ବଣ୍ଣନା କରେ। ଏଣୁ ବିକାଶ ଲାଗି ଅହିଂସା ମାର୍ଗକୁ ଯୁବସମାଜ ଆପଣାଇବା ଆବଶ୍ୟକ’।
ରାଷ୍ଟ୍ରପତି ଭବନଠାରେ ଏହି ବୈଠକ ଅନୁଷତ୍ଠିତ ହୋଇଥିଲା। ଏହି ଅବସରରେ ସେ କହିଥିଲେ, ‘ ଯୁବସମାଜ ମଧ୍ୟରେ ଅହିଂସା ଆଦର୍ଶର ବିକାଶ ଆମର ମହାନ ସଂଗ୍ରାମ ଏବଂ ମହାତ୍ମାକୁ ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ କରି ରଖିବ’।
ମୁଖ୍ୟମନ୍ତ୍ରରୀ କହିଥିଲେ ଯେ, ମହାତ୍ମା ଗାନ୍ଧିଙ୍କ ଅହିଂସା ତତ୍ତ୍ଵର ସବୁଠାରୁ ଗୁରୁତ୍ଵପୂଣ୍ଣ ନୀତି ହେଉଛି ଯେ ଦାରିଦ୍ର୍ୟ ଓ ସାମାଜିକ ଅବିଚାର ହେଉଛି ସବୁଠାରୁ ବଡ଼ ହିଂସା। ଗାନ୍ଧିଜୀଙ୍କ ମତରେ ଯେପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସେ ପର୍ଯ୍ୟନ୍ତ ସ୍ଵାଧୀନତାର ମୂଲ୍ୟ ଅର୍ଥହୀନ। ବିନା ଅହିଂସାରେ ଗରିବୀ ଦୂର କରାଯାଇପାରିବ ନାହିଁ। ଜାତି ଧର୍କମ ବଣ୍ରୁଣ ଭିତ୍ଥିତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତୀ ହାସଲ କରାଯାଇପାରିବ ବୋଲି ନବୀନ କହିଛନ୍ତି।
ଏଣୁ ଗାନ୍ଧିଜୀଙ୍କ ଜୟନ୍ତୀ ଅବସରରେ ଅହିଂସା ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସାମିଲ୍ ହେଲେ ତାହା ମହାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ।