#covid19fund: ମୁଖ୍ୟମନ୍ତ୍ରୀ ଦେଲେ ୩ମାସର ଦରମା, ସାଂସଦ ଓ ବିଧାୟକଙ୍କୁ ଅନୁରୂପ ନିବେଦନ
ଭୁବନେଶ୍ଵର, (ଓଟି): ମାହାମାରୀ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରରୀ ସ୍ଵତନ୍ତ୍ର #covid19fund ଘୋଷଣା କରିଛନ୍ତି। ଏଥିଲାଗି ରାଜ୍ୟବାସୀଙ୍କ ଯଥାସମ୍ଭବ ସହାୟତା କାମନା କରିଛନ୍ତି। ପ୍ରଥମ ଉଦାହରଣ ସ୍ଵରୂପ ମୁଖ୍ୟମନ୍ତ୍ରୀ ତାଙ୍କର ତିନିମାସର ଦରମା ଏହି ପାଣ୍ଠି ଲାଗି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ମାନବିକତା ଦୃଷ୍ଟିକୋଣ ବୋଲି କହିଛନ୍ତି। ରାଜ୍ୟବାସୀଙ୍କୁ ଏଥିଲାଗି ସହାୟତାର ହାତ ବଢ଼ାଇବା ଲାଗି ସେ ଅନୁରୋଧ କରିଛନ୍ତି। ବିଶବରେ ଏହି କରୋନା ଭୁତାଣୁ ଯଥେଷ୍ଟ ପ୍ରକୋପ ଦେଖାଉଛି। ଭାରତରେ ଏହାର ମୁକାବିଲା କରିବାକୁ ହେଲେ ଯଥେଷ୍ଟ ଅର୍ଥ ଓ ଭିତ୍ତିଭୂମିର ଆବଶ୍ୟକତା ରହିଛି।
ଏହି ଘୋଷଣାର କିଛି ସମୟ ପରେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦ ଏବଂ ରାଜ୍ୟର ବିଜେଡି ବିଧାୟକମାନଙ୍କୁ ଅନୁରୂପ ସହାୟତା ଲାଗି ଅନୁରୋଧ କରିଛନ୍ତି। ମାର୍ଚ ୨୯ ତାରିଖ ସୁଦ୍ଧା ସେମାନେ ଏଥି ଦାନ ପ୍ରଦାନ କରିବେ।











