ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଭେଟିଛନ୍ତି। ପଞ୍ଚମ ଥର ଶାସନ ଭାର ନେବା ପରେ ଏହା ନବୀନଙ୍କ ପ୍ରଥମ ସୌଜନ୍ୟମୂଳକ ସାକ୍ଷାତ ରହିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କିଛିଦିନ ପୂର୍ବରୁ ଘଟିଥିବା ଭୟାବହ ଫୋନୀ ବାତ୍ୟା ଓ ଏହାର ପରିଣାମ ଓ ମୁକାବିଲା ସମ୍ପର୍କରେ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ସମୟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଓ ଫୋନି କ୍ଷୟକ୍ଷତି ଲାଗି ୫୦୦୦କୋଟି ସହାୟତା ଲାଗି ଆଲୋଚନା କରିଥିଲେ। ଏହି ଆଲୋଚନା ପ୍ରାୟ ୨୦ ମିନିଟ ଧରି ଚାଲିଥିଲା।
