ଧୂଳି ଚଟାଇବେ ନବୀନ; ହିଞ୍ଜିଳି ଓ ବିଜେପୁରରେ ଯଥେଷ୍ଟ ଆଗୁଆ
ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମେ ନବୀନ ପଟ୍ଟନା୍ରକ ଉଭୟ ବିଜେପୁର ଓ ହିଞ୍ଜିଳିରେ ପ୍ରତିପକ୍ଷଙ୍କୁ ଧୂଳି ଚଟାଇବେ। ଏ ଭିତରେ ମିଳିଥିବା ଖବର ଅନୁସାରେ ଉଭୟ ଆସନରେ ନବୀନ ୬୦ ପ୍ରତିଶତ ଉପରେ ଲୋକଙ୍କ ସମର୍ଥନ ପାଇଛନ୍ତି। ହିଞ୍ଜିଳିରେ ଏହା ୬୮.୦୩ ପ୍ରତିଶତ ଥିବାବେଳେ ବିଜେପୁରରେ ୬୨.୩୭ % ରହିଛି।
ହିଞ୍ଜିଳି ନବୀନଙ୍କୁ ପାରମ୍ପରିକ ଆସନ। ଏହି ଆସନରୁ ଏଥରେ ତାଙ୍କ ବିପକ୍ଷରେ ବିଜେପିର ମୁଖପାତ୍ର ତଥା ଜଣାଶୁଣା ଓକିଲ ପୀତାମ୍ବର ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିଲେ। ଅନେକ ଚର୍ଚା ଓ ମିଡିଆ ବିବାଦ ପରେ ବି ତାଙ୍କୁ ଲୋକ ଆଶାନୁରୂପକ ଭୋଟ୍ ଦେଇ ନାହାନ୍ତି। ପୀତାମ୍ବର ହିଞ୍ଜିଳିରେ ମାତ୍ର ୧୯.୫ ପ୍ରତିଶତ ଭୋଟ୍ ପାଇପାରିଥିବା ଜଣାପଡ଼ିଛି।
ସେହିପରି ନବୀନ ପ୍ରଥମଥର ପାଇଁ ଦୁଇଟି ଆସନରୁ ଲଢ଼ି ଯେଉଁ ଚର୍ଚା କରିଥିଲେ ତାହାଦ୍ଵାରା ତାଙ୍କୁ ରାଜନୀତିକ ସଫଳତା ବି ମିଳିଛି। ବର୍ତ୍ତାମନର ଟ୍ରେଣ୍ଡ ଜାରି ରହିଲେ ନବୀନ ଯଥେଷ୍ଟ ଭୋଟ୍ରେ ନିକଟସ୍ଥ ପ୍ରତିଦ୍ଵନ୍ଦ୍ଵୀ ତଥା ବିଜେପିର ପ୍ରାର୍ଥୀ ସନତ ଗଡ଼ତିଆ ମାତଅ ୨୬.୯୯ ପ୍ରତିଶତ ଭୋଟ୍ରେ ସୀମିତ ରହିବେ। ଏଯାଏ ନବୀନ ୯୫୧୫ ଖଣ୍ଡ ଭୋଟ୍ ମିଳିଥିବା ସୂଚନା ମିଳିଛି।