ସଶକ୍ତ ଓଡ଼ିଶା ଗଠନ ପାଇଁ, ବିଜେଡିର ଇସ୍ତାହାରକୁ ଗ୍ରହଣ କଲେ ଓଡ଼ିଶା ସରକାର

ଭୁବନେଶ୍ଵର, (ଓଟି): ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ୫ମ ଥର ପାଇଁ ଗଠିତ ଓଡ଼ିଶା ସରକାର ବିଜେଡିର ନିର୍ବାଚନ ପ୍ରତିଶ୍ରୁତିକୁ ନିଜର କାର୍ଯ୍ୟଧାରା ଭାବେ ବିଧିବଦ୍ଧ ଗ୍ରହଣ କରିଛନ୍ତି। ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ଏହି ଇସ୍ତାହାରରେ ଦିଆଯାଇଥିବା ପ୍ରତିଟି ପ୍ରତିଶୃତିକୁ ସରକାର କାର୍ଯ୍ୟକାରୀ କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ ଆଜିଠୁ କାମ ଆରମ୍ଭ ହେଲା। ଠିକ୍‌ ୩୬୫ ଦିନ ପରେ ଅର୍ଥାତ୍‌ ମେ ମାସ ୨୯ ତାରିଖ ୨୦୨୦ରେ ସରକାର ନିଜର ପ୍ରତିଶ୍ରୁତିକୁ କେତେେ ପୂରଣ କରିଛନ୍ତି ତାହାର ବିବରଣୀ ରଖିବେ। କିଛି ପ୍ରତିଶ୍ରୁତି ପୂରଣ ହେବାକୁ ବିଳମ୍ବ ହେବ କିନ୍ତୁ ଏ ସରକାର ସବୁ ପ୍ରତିଶ୍ରୁତି ପୂରଣ ପାଇଁ ବ୍ରତୀ ହେବ’।

‘ସମୟ’ ବଳବାନ

ଭୁବଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ମନ୍ତିମଣ୍ଡଳ ଏହି ପ୍ରତିଶ୍ରୁତିକୁ ସମୟ ଭିତ୍ତିରେ ପୂରଣ କରିବେ। ଆଜି ଓଡ଼ିଶା ଫୋନୀ ବାତ୍ୟାରେ ‘ସମୟ ଭିତ୍ତିକ’ ଥଇଥାନ ପାଇଁ ଅଧିକ ପରିଚିତ ହୋଇଛି। ଏଣୁ ପୂର୍ବରୁ ସରକାର ନିଜର ନୀତି ପ୍ରଣୟନ କ୍ଷେତ୍ରରେ ଯେଉଁ ସଂକଳ୍ପ ଓଡ଼ିଶାକୁ ପରିବର୍ତ୍ତନ କରିବା ପାଇଁ ସରକାର ନେଇଥିଲେ ସେଥିରେ ସମୟକୁ ଯୋଡ଼ିଛନ୍ତି ବୋଲଇ ସେ କହିଛନ୍ତି। ଅର୍ଥାତ୍‌ ଯେଉଁ ଥ୍ରି=ଟି: ଟିମ୍‌ ୱାର୍କ ( ସହଭାଗୀତାରେ କାର୍ଯ୍ୟ) ଟ୍ରାନ୍ସପରେନ୍ସୀ ( ସ୍ଵଚ୍ଛତା), ଟେକ୍ନୋଲୋଜି ( ବୈଷୟିକ ଜ୍ଞାନ)କୁ ସରକାର ବ୍ରତ କରିଥିଲେ ସେଥିରେ ଆଉ ଏକ ଟି- ଟାଇମ( ସମୟ)କୁ ଯୋଡ଼ା ଯାଇଛି।

ସଶକ୍ତ ଓଡ଼ିଶା

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଏମିତି ଏକ ସଶକ୍ତ ଓଡ଼ିଶା ଚାହୁଁ, ଯେଉଁଠାରେ ମହିଳାବାନେ ବିକାଶର ସମ ଭାଗିଦାର ଥିବେ; ଯେଉଁଠାରେ ସମାଜର ସମସ୍ତ ସମେଦ୍ନଶୀଳ ଗୋଷ୍ଠୀ ବିକାଶରେ ସମିଲ୍‌ ହେଉଥିବେ; ଯେଉଁଠାରେ ଆମ ଯୁବାବର୍ଗର ସ୍ଵପ୍ନ ସାକାର ହେଉଥିବ।

Leave a Reply

Your email address will not be published.