ଆମେ ବହୁତ ଭଲ କରିବୁ: ନବୀନ

ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ ବୋଲି ସୋମବାର ଦିନ ଦଳର ମୁଖ୍ୟ ନବୀନ ପଟ୍ଟନାୟକ କହିଛନ୍ତି। ନୟାଗଡ଼ରୁ ନବୀନ ତାଙ୍କର ପ୍ରଥମ ନିର୍ବାଚନୀ ସଭା ଆରମ୍ଭ କଲା ବେଳେ ସେଠାରେ ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏଥର ଲୋକସଭାରେ ୨୧ରୁ ୨୧ ଆସନ ବିଜେଡି ପାଇବ । ବିଧାନସଭା ନିର୍ବାଚନରେ ବହୁତ ଭଲ ଫଳାଫଳ କରିବ ।

ରବିବାର ‘ମୁଁ ବି ଚୌକିଦାର’ ଅଭିଯାନ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ଲୋକଙ୍କ ସହ ଆଲୋଚନା ସମୟରେ ମୋଦି ଏହି ମତ ରଖିଥିଲେ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ସରଗରମ ଚର୍ଚ୍ଚା ହେଉଛି ।

ଓଡ଼ିଶାରେ ମୋଦି ଅଳ୍ପକିଛି ସ୍ଥାନକୁ ଆସି ଭାଷଣ ଦେଇଛନ୍ତି । ହେଲେ ନବୀନ ସମଗ୍ର ଓଡ଼ିଶା ସାରା ବିଭିନ୍ନ ଅଂଚଳକୁ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲୋକଙ୍କ ଭାବଧାରାକୁ ବେଶ ନିକଟରୁ ଦେଖିଛନ୍ତି । ଏଣୁ ସେ ଯେଉଁ ଦୃଢ଼ୋକ୍ତ ପ୍ରକାଶ କରୁଛନ୍ତି ତାକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ହାତରେ ବି ରାଜ୍ୟ ଗୁଇନ୍ଦା ସଂସ୍ଥା ଅଛି । ସେ ବି ବିଭିନ୍ନ ସଙ୍ଗଠନ ଓ ସଂସ୍ଥା ମାଧ୍ୟମରେ ସର୍ଭେ କରାଇଛନ୍ତି । ଏଣୁ ମୋଦିଙ୍କ ମତକୁ ଖଣ୍ଡନ କରି ସେ କହିଛନ୍ତି ତ୍ରିପୁରା ପରିସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ ନାହିଁ । ବିଜେଡି ଆସନ୍ତା ନିର୍ବାଚନରେ ବହୁତ ଭଲ ଫଳାଫଳ କରିବ ବୋଲି ସେ କହିଛନ୍ତି । ତ୍ରିପୁରାରେ ୨୫ ବର୍ଷ ଧରି ବାମପନ୍ଥୀ ସରକାର ରହିଥିଲେ । ଗତ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଛି ।

ବିଜେପିର ୧୧ ବିଧାନସଭା ୩ ଲୋକସଭା ପ୍ରାର୍ଥୀ ଘୋଷଣା

ଲୌହପୁରୁଷ ଏତେ ଚୁପ‍୍‌ କାହିଁକି?

ଉଜ୍ଜଳା ଯୋଜନାର ବିଫଳତାର ଗୁମର ଖୋଲିଦେଲେ ସମ୍ୱିତ୍ ପାତ୍ର

Leave a Reply

Your email address will not be published.