ନବୀନଙ୍କ ଦାବି: ଓଡ଼ିଶାକୁ ଏସ୍ଏଫ୍ ଓ ଏସ୍‌ପି

ଭୁବନେଶ୍ୱର(ଓଟି): ଓଡ଼ିଶାକୁ ସ୍ପେଶାଲ ଫୋକସ୍ (ଏସ୍‌ଏଫ୍‌) କରାଯାଉ। ଏଥିସହ ସ୍ପେଶାଲ୍‌ ପ୍ୟାକେଜ୍‌ (ଏସ୍‌ପି) ଦିଆଯାଉ। ଏଥିସହ ସ୍ପେଶାଲ୍‌ ପ୍ୟାକେଜ୍‌ ଦିଆଯାଉ। ଏଭଳି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଉପରୋକ୍ତ ଦାବି ଉଠାଇଛନ୍ତି ଶ୍ରୀ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲଗାତର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡ଼ିଶା। ତେଣୁ ଏହାକୁ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ଆବଶ୍ୟକ। ସେହିପରି ୨୦୧୨ରୁ କୋଇଲା ରୟାଲଟି ନବୀକରଣ କରାଯାଇ ନଥିବାରୁ ତୁରନ୍ତ ଏହାକୁ ତ୍ଵରାନିତ କରାଯିବା ସହ ରୟାଲଟି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଦାବି ଉଠାଇଛନ୍ତି। ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ କିଣାରେ ସବ୍‌ସିଡି ନଦେବା, ରେଲେଓ୍ୱ ପ୍ରକଳ୍ପର ବିକାଶ ନେଇ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଏହି ସମସ୍ତ ଦାବି ସହ ବ୍ୟାଙ୍କ, ଟେଲି ଯୋଗାଯୋଗ, ରେଲେଓ୍ୱ ଏବଂ ସଡ଼କର ବିକାଶ ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମସ୍ତ କ୍ଷେତ୍ରକୁ ଜାତୀୟ ହାରକୁ ଆଣିବାକୁ ହେଲେ କେନ୍ଦ୍ରୀୟ ଅନୁଦାନ ଦୁଇଗୁଣା କରିବାକୁ ଶ୍ରୀ ପଟ୍ଟନାୟକ ଦାବି ଉଠାଇଛନ୍ତି।

Leave a Reply

Your email address will not be published.