ରବି ସିଂଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା, ମୁଖ୍ୟମନ୍ତ୍ରୀ କହିଲେ ଜଣେ ସଚ୍ଚା ଦେଶଭକ୍ତଙ୍କ ପରଲୋକ

ଭୁବନେଶ୍ଵର, (ଓଟି): ବିପ୍ଲବୀ କବି ରବି ସିଂହଙ୍କୁ ଜଣେ ସଚ୍ଚା ଦେଶଭକ୍ତ ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହାନ ପ୍ରତିଭାବାନ୍‌ କବିଙ୍କ ବିୟୋଗ ଦ୍ଵାରା ରାଜ୍ୟ ଅଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ସେ ନିଜର ଶୋକବାର୍ତ୍ତାରେ ଜଣାଇଛନ୍ତି। ଏହାସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ନିର୍ଦେଶ ଦେଇଛନ୍ତି। ଏହାଦ୍ଵାରା ସ୍ଵାଧୀନତା ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟ ଦୁନିଆରେ ରବି ସିଂଙ୍କର ଅତୁଳନୀୟ ଅବଦାନକୁ ସେ ସ୍ଵୀକୃତୀ ଦେଇଛନ୍ତି। 

ରବି ସିଂ ଓରଫ୍ ରବୀନ୍ଦ୍ର ନାଥ ସିଂହ ଜଗତସିଂହପୁରର ନବାପାଟଣାଠାରେ ୧୯୩୫ ମସିହା, ଫେବୃଆରୀ ମାସ ୧୮ ତାରିଖ ଦିନ ଜନ୍ମ ନେଇଥିଲେ। କଟକ ତାଙ୍କ କର୍ମଭୂମି ଥିଲା। ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ସେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ। ବିପ୍ଲବୀ ଜିନ୍ତାଧାରା ଓ ଲେଖନୀ ପାଇଁ ସେ ଅନେକ ସମାଲୋଚନାର ଶିକାର ହୋଇଛନ୍ତି। କିନ୍ତୁ ନିଜର ଦାମ୍ଭିକତା ଦ୍ଵାରା କାହା ଆଗରେ କେବେ ମୁଣ୍ଡ ନୁଆଇଁ ନଥିାଲେ। ଦୀର୍ଘଦିନ ଧରି ବାଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହେବା ପରେ  ୮୯ ବର୍ଷ ବୟସରେ ତାଙ୍କର ଆଜି ମୃତ୍ୟୁ ହୋଇଛି। 

Leave a Reply

Your email address will not be published. Required fields are marked *