ପୁରୀ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର, (ଓଟି): ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ରୂପାନ୍ତର କରିବାର ସ୍ଵପ୍ନକୁ ସାକାର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହିତିନୋଟି ପ୍ରକଳ୍ପ ଭିତରେ ରହିଛି ଭଙ୍ଗାଯାଇଥିବା ରଘୁନନନ୍ଦନ ଲାଇବ୍ରେରୀର ପୁନଃ ନିର୍ମାଣ। ଏହି ଲାଇବ୍ରେରୀକୁ ଏମ୍‌ଆର୍‌ ମଠ ପରିସରରେ ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ୨୫ କୋଟି ଟଙ୍କା ଖର୍ଚ କରିବାକୁ କୁହାଯାଇଛି। 

ଐତିହ୍ୟ ଅଞ୍ଚଳକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସରକାର ପୁନର୍ବିନ୍ୟାସ କରିବା ଲକ୍ଷ୍ୟ ରଖିଛନ୍ତି। ଶ୍ରୀମନ୍ଦିରର ୭୫ ମିଟର ଅଞ୍ଚଳ ଭିତରେ ଏହାର ପବିତ୍ର ଭୌଗୋଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ ଦେବାଦେବୀଙ୍କ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ପୁନର୍ବିନ୍ୟାସ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

ବିସ୍ଥାପିତ ପରିବାର ପାଇଁ ମନ୍ଦିର ଠାରୁ ଦେଢ଼ କିେଲାମିଟର ଅଞ୍ଚଳ ମଧ୍ୟରେ ବିଭିନ୍ନ ସ୍ଥାନରେ ସରକାର ୬୦୦ଟି ଗୃହ ନିର୍ମାଣ କରିବେ। ୫୨୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଘର ନିର୍ମାଣ ହେବ। ଏଥିପାଇଁ ୯୫ କୋଟି ଟଙ୍କା ବିନିଯୋଗ କରାଯିବ।

ପୂର୍ବରୁ ଅବଢ଼ା ଯେଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ଅନୁେମାଦନ ଦିଆଯାଇଥିଲା। ଏହି ଅର୍ଥରେ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିେଯାଗରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀ ପୁନରୁଦ୍ଧାର, ପୁଷ୍କରିଣୀର ସୌନ୍ଦର୍ଯୀକରଣ, ଅଠରନଳାର ବିକାଶ ଓ ମଠ ବିକାଶ ପାଇଁ ନିଷ୍ପତ୍ତି େହାଇଥିଲା। ଆଜି ସମୀକ୍ଷା ବେଳେ ଜଣାପଡିଛି, ଦ୍ବିତୀୟ ପର୍ଯ୍ୟାୟ ଏହିସବୁ ପ୍ରକଳ୍ପ ପାଇଁ ଯୋଜନା ଓ ନକ୍ସା ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଖୁବ୍ ଶୀଘ୍ର ଟେଣ୍ଡର ହେବ।

ଏହି ସମୀକ୍ଷା ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ପୂର୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *