ନବୀନଙ୍କ ଘୋଷଣା:୧୮ ଦିନରେ ମିଳିବ ଅଗ୍ନି ସୁରକ୍ଷା ପ୍ରମାଣପତ୍ର
ଭୁବନେଶ୍ଵର, (ଓଟି): ଅତ୍ୟନ୍ତ ଜଟିଳ ଓ କଠୋର ପ୍ରକ୍ରିୟା ଦେଇ ଗତି କରୁଥିବା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥାକୁ ସରଳ କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର। ଏହାଦ୍ଵାରା ରାଜ୍ୟରେ ଦୈନନ୍ଦିନ ଚଳଣି ଓ ବ୍ୟବସାୟ କରିବା ଆହୁରି ସହଜ ହେବ ବୋଲି ଆଶା କରାଯାଇଛି। ଏହି କ୍ରମରେ ଆବେଦନ କର୍ତ୍ତାଙ୍କ ଆବେଦନ ଗ୍ରହଣ କରିବାର ୧୮ ଦିନ ଭିତରେ ଆବଶ୍ୟକ ପ୍ରମାଣପତ୍ର ଯୋଗାଇବେଦାକୁ ଅଗ୍ନିଶମ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ବ୍ୟବସ୍ଥା ଏବେ ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇଛି। ଏହିକ୍ରମରେ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନକୁ ସରଳୀକୃତ କରିବା ଏବଂ ଏଥିରେ ସ୍ଵଚ୍ଛତା ବଜାୟ ରଖିବାକୁ ଚେଷ୍ତଟା କରାଯାଇଛି। ଏଣିକି ଆବେଦନ କର୍ତ୍ତାଙ୍କୁ ନିର୍ଦ୍ଧାରିତ କାଗଜପତ୍ର ସହ ସ୍ଥାନୀୟ ଆଞ୍ଚଳିକ ଅଗ୍ନିଶମ ଅଧିକାରୀଙ୍କ ପାଖରେ ଆବେଦନ ଦାଖଲ କରିବାକୁ ପଡ଼ିବ। ଅର୍ଥାତ୍ ପ୍ରମାଣପତ୍ର ପାଇଁ ଆଉ ଲୋକଙ୍କୁ ନିର୍ଦେଶାଳୟ ଦୌଡ଼ିବା ଆବଶ୍ୟକ ନାହିଁ।
ବ୍ୟବସ୍ଥାକୁ ଅଧିକ ସରଳୀକୃତ କରିବା ଲାଗି ସମ୍ପୂଣ୍ଣ ଅନ୍ଲାଇନ୍ ବ୍ୟବସ୍ଥା ଆବଣାଯିବ। ଯେଉଁମାନେ ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର ଆବଶ୍ୟକ କରୁଛନ୍ତି ସେମାନେ ଅନ୍ଲାଇନ୍ରେ ଆବେଦନ କରିବେ। ଅର୍ଥାତ କ୍ଷେତ୍ରୀୟ ଅଧିକାରୀଙ୍କ କାର୍ଯ୍ୟାୟକୁ ବି ଆଉ ତାଙ୍କୁ ଦୌଡ଼ିବାକୁ ପଡ଼ିବ ନାହିଁ। ଅନ୍ଲାଇନ୍ରେ ମିଳିପାରିବ ଅଗ୍ନି ସୁରକ୍ଷା ପ୍ରମାଣପତ୍ର।
କିଏ ଦେବ ପ୍ରମାଣପତ୍ର
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ କ୍ଷେତ୍ର ଅଧିକାରୀମାନେ ପ୍ରମାଣପତ୍ର ଦେଇପାରିବେ। ମଲ୍ଟିପ୍ଲେକ୍ସ ବ୍ୟତୀତ ୧୫ ମିଟରରୁ କମ୍ ଉଚ୍ଚ କୋଠା ପାଇଁ ଉପ ଅଗ୍ନଶମ ଅଧିକାରୀ, ୧୫ରୁ ୩୫ ମିଟର ଉଚ୍ଚ କୋଠା ପାଇଁ ରେଞ୍ଜ ଅଗ୍ନିଶମ ଅଧିକାରୀ, ୩୫ ମିଟରୁ ଅଧିକ ଉଚ୍ଚ କୋଠା ପାଇଁ ଅଗ୍ନିଶମ ଅଧିକାରୀ ( ନିରାପତ୍ତା) ପ୍ରମାଣପତ୍ର ଦେଇପାରିବେ।
ଠିକ୍ ସେହିପରି ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଯାହାର ଅନ୍ତତଃ ଗୋଟିଏ ଆଇସିୟୁ ଥିବ ସେ କ୍ଷେତ୍ରରେ ସହକାରି ଅଗ୍ନିଶମ ଅଧିକାରୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରିପାରିବେ। ଯଦି ୧୨ ମିଟରରୁ ଅଧିକ ଉଚ୍ଚ କୋଠାରେ ହସ୍ପିଟାଲ୍ ଥିବ ତେବେ ଉପ ଅଗ୍ନିଶମ ଅଧିକାରୀ ପ୍ରମାଣପତ୍ର ପ୍ରଦାନ କରିବାକୁ ଯୋଗ୍ୟ ହେବେ।
ସିନେମା ହଲ୍ ପାଇଁ ସହକାରୀ ଅଗ୍ନିଶମ ଅଧିକାରୀ, ୩ ତାରକାରୁ କମ୍ ହୋଟେଲ୍, ଲଜିଂ, ଗେଷ୍ଟ ହାଉସ୍ ପାଇଁ ସହକାରୀ ଜିଲ୍ଲା ଅଗ୍ନିଶମ ଅଧିକାରୀ, ତିନିତାରକାରୁ ଅଧିକ ସୁବିଧର ଯୁକ୍ତ ହୋଟେଲ୍ ପାଇଁ ଉପ ଅଗ୍ନିଶମ ଅଧିକାରୀ, ବିମାନବନ୍ଦର, ବିମାନ ଅବତରଣ କେନ୍ଦ୍ର, ଷ୍ଟାଡିୟମ, ବହୁତଳ ପାର୍କିଂସ୍ଥଳ, ଭୂତଳ- ଆଂଶିକ ଭୂତଳ କାର ପାର୍କିଂ ପ୍ରଭୃତିକୁ ରେଞ୍ଜ୍ ଅଗ୍ନିଶମ ଅଧିକାରୀ ଯାଞ୍ଚ କରି ନିରାପତ୍ତା ପ୍ରମାଣ ପତ୍ର ଲେଖିବାକୁ ଯୋଗ୍ୟ ହୋଇଥିବାବେଳେ ପେଟେଆଲ୍ ପମକପ, ଏଲ୍ପିଜି ଗୋଦାମ, ପାଇଁ ସହକାରୀ ଅଗ୍ନିଶମ ଅଧିକାରୀ, ଶିଳ୍ପଳ କଳକାରଖାନା, ଗୋଦାମଘର, ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ, ପରିବହନ, ବିକ୍ରୟ ପାଇଁ ଡେପୁଟି ଅଗ୍ନିଶମ ଅଧିକାରୀ ଏବଂ ବୃହତ ଶିଳ୍ପ, ବିସ୍ଫୋରକ ଦ୍ରବ୍ୟ ଉତ୍ପାଦନକାରୀପେଟେଆଲିୟମ୍ ତଥା ଅନ୍ୟ ଦାହ୍ୟ ପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଞ୍ଜ୍ ଅଗ୍ନିଶମ ୖଧିକାରୀଙ୍କୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦେବାକୁ ଯୋଗ୍ୟ ବିବେଚିତ କରାଯାଇଛି।