ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ନବୀନ ଓ ଏନ୍‌ଡିଏ ବିରୋଧୀ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାବେଶକୁ ବର୍ଜନ କରିବେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ। ପ୍ରଥମେ ମମତା ବାନାର୍ଜୀଙ୍କ ପ୍ରତ୍ୟାଖ୍ୟାନ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆସନ୍ତା କାଲି ଆୟୋଜନ ହେବାକୁ ଥିବା ଏହି ସାମ୍ବିଧାନିକ ଉତ୍ସବରେ ଯୋଗ ଦେଇପାରିବେ ନାହିଁ ବୋଲି ଜଣାଇଛନ୍ତି। ଅପରପକ୍ଷେ ଏଆଇସିସି ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ବାରଣ କରାଯାଇଥିବା ମଧ୍ୟ ସୂଚନା ମିଳିଛି।

ମୋଦି ଆସନ୍ତା କାଲି ଦ୍ଵିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ଏନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ଏକ ସାମ୍ବିଧାନିକ ଉତ୍ସବ ଏବଂ ଏହାକୁ ସଂସଦୀୟ ବ୍ୟାପରର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଛି। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବା ପାଇଁ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜେପି ଏହି ଉତ୍ସବକୁ ରାଜନୀତିକ ପରିବେଶରେ ଆଚ୍ଛାଦିତ କରୁଛି ବୋଲି ଅଭିଯୋଗ କରିଥିଲେ। ଏହାଛଡ଼ା ପଶ୍ଚମିବଙ୍ଗରେ ୫୪ ଜଣଙ୍କୁ ରାଜନୀତିକ ହତ୍ୟା କରାଯାଇଛି ବୋଲି ବିଜେପି ଯେଉଁଭଳି ଭାବେ ଅଭିଯୋଗ କରୁଛି ତାହାକୁ ମମତା ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଅଭିଯୋଗ ଆଧାର କରି ସେ ଶପଥଗ୍ରହଣ ଉତ୍ସବକୁ ବର୍ଜନ କରିବେ ବୋଲି କହିଛନ୍ତି।

ଠିକ୍‌ ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ଧ୍ୟାବେଳେ ଦିଲ୍ଲୀରେ ଆୟୋଜନ ହେବାକୁ ଥିବା ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇପାରିବେ ନାହିଁ ବୋଲି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଆସନ୍ତା କାଲି ରାଜ୍ୟରେ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥଗ୍ରହଣ ଉତ୍ସବ ହେବାକୁ ଯାଉଛି। ଏଥିନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବିଧନେିକ କାର୍ଯ୍ୟକ୍ରମରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥିତ ରହିବା ଅନିବାର୍ଯ୍ୟ ହୋଇଥିବା ହେତୁ ତାଙ୍କର ଆଉ ଦିଲ୍ଲୀ ଯିବା ସମ୍ଭବପର ନୁହେଁ’।

୨୦୧୪ ମେ’ ୨୬ ତାରିଖରେ ହୋଇଥିବା ମୋଦିଙ୍କ ପ୍ରଥମ ଶପଥଗ୍ରହଣ ସମାବେଶରେ ମଧ୍ୟ ମମତା ବାନାର୍ଜୀ ଓ ଅନ୍ୟ ବିରୋଧୀ ଦଳ ଶାସିତରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇ ନଥିଲେ।

Leave a Reply

Your email address will not be published. Required fields are marked *