କଂଗ୍ରେସକୁ ଅଡ଼ୁଆ ଆତଙ୍କବାଦ ଓ ରାଷ୍ଟ୍ରୀୟତା

ଯେପରି କ୍ରିକେଟ ଖେଳରେ ପ୍ରଥମେ ବ୍ୟାଟିଂ କରିଥିବା ଦଳର ବିଶାଳ ସ୍କୋରକୁ ପରେ ବ୍ୟାଟିଂ କରୁଥିବା ଦଳ ଶେଷ ଓଭର ବେଳକୁ ବିପଦରେ ପଡ଼ିଯାଇଥାଏ। ଠିକ୍ ସେହିଭଳି ଚଳିତ ନିର୍ବାଚନରେ ଶାସକ ବିଜେପିକୁ ହରାଇବା ପାଇଁ ଚେଷ୍ଠା କଂଗ୍ରେସ ନେତୃତ୍ୱାଧିନ ବିରୋଧି ଦଳର ଦଳର ଅବସ୍ଥା ଦେଖିବାକୁ ମିଳୁଛି।

ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ଆତଙ୍କବାଦ ଓ ବାହାଦୂରୀ ପିଚକୁ ନେଇ ନିର୍ବାଚନ ଖେଳ ଖେଳୁଛନ୍ତି। ବିରୋଧି ଦଳ ତାଙ୍କ ଯୋଜନା ଫାସରେ ପଡ଼ି ବିଜେପିକୁ ସହାୟକ ହେଲା ଭଳି ବୟାନ ଦେବାରେ ଲାଗିଛନ୍ତି। ବିରୋଧି ଦନଳ ବୁଝିପାରୁନାହାନ୍ତି ସେମାନେ ହାରିଯାଇଥିବା ମ୍ୟାଚକୁ ଜିତିବା ପାଇଁ ଲଢ଼େଇ କରୁଛନ୍ତି ନାଁ ଜିତିବା ମ୍ୟାଚକୁ ହାରିବା ପାଇଁ ଲଢ଼େଇ କରୁଛନ୍ତି।

ବାଲାକୋଟ ସବୁ ଓଲଟପାଲଟ କରିଦେଲା

ବାଲାକୋଟ ଆକ୍ରମଣ ପରେ ଚଳିତ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନେ;ରନ୍ଦ୍ର ମୋଦି ଓ ବିଜେପିକୁ ନିଜ ପସନ୍ଦର ରାଷ୍ଟ୍ରୀୟ ପ୍ରସଙ୍ଗରେ ପରିପୂର୍ଣ୍ଣ ପିଚ‍୍‌ ଓ ଫର୍ମ ମିଳିଯାଇଛି।

ମନେପକାନ୍ତୁ ୨୦୦୭ରେ ଗୁଜରାଟ ବିଧାନସଭା ନିର୍ବାଚନରେ କ୍ଷମତା ବିରୋଧି ଲହରରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ମୋଦି ଓ ବିଜେପି ସୋନିଆ ଗାନ୍ଧୀ ‘ମୌତ କି ସୌଦାଗର’ ବୟାନ ରୂପକ ସ୍ଲିପ ବଲକୁ ହିଟ‍୍‌ କରି ନିର୍ବାଚନର ଜିଗ ବଦଳାଇ ଦେଇଥିଲେ। ପରାଜୟ ପାଇଁ ପ୍ରସ୍ତୁତ ଥିବା ବିଜେପି ଓ ମୋଦି ପୁଣି ଥରେ ଗୁଜରାଟରେ କ୍ଷମତାକୁ ଫେରିଥିଲେ।

ନିର୍ବାଚନ ଜିତିବା ପାଇଁ ପାକିସ୍ତାନ ଓ ଦେଶଭକ୍ତି ପ୍ରସଙ୍ଗ ମୋଦିଙ୍କର ପୁରୁଣା ଫର୍ମୁଲା। ପୂୁଲୱାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରତିଶୋଧ ନେବା ପାଇଁ ଦେଶବାସୀଙ୍କ ଇଛାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରୁଷାର୍ଥ ରହିଛି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି କଂଗ୍ରେସ କ’ଣ ଦେଶବାସୀଙ୍କ ଇଛାକୁ ସମ୍ମାନ ଦେଉନାହିଁ। ପୁଲୱାମା ଆକ୍ରମଣ ପରେ କଂଗ୍ରେସ ପାଖରେ କ’ଣ ବିକଳ୍ପ ଥିଲା। ପୁଲୱାମା ଆକ୍ରମଣ ଓ ବାଲାକୋଟ ଏୟାର ଷ୍ଟ୍ରାଇକକୁ ନେଇ କଂଗ୍ରେସ ନେତାମାନେ ଯେଭଳି ପ୍ରଶ୍ନ କରୁଛନ୍ତି ସେଥିରେ ସେମାନେ ନିଜର ନିର୍ବାଚନ ପ୍ରସଙ୍ଗକୁ ବିଜେପି ହାତରେ ଟେକି ଦେଇଛନ୍ତି। ଫଳରେ ଏହି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତାରେ କଂଗ୍ରେସ ପୁଣି ଥରେ ଲଢ଼େଇକୁ ଆସିବା ପାଇଁ ସମ୍ଭାବନାକୁ ହାତଛଡ଼ା କରିଛନ୍ତି।

କଂଗ୍ରେସ ଲଢ଼େଇକୁ ଫେରିବାର ସମ୍ଭାବନା କେତେ?

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କଂଗ୍ରେସ ନେତୃତ୍ୱାଧିନ ବିରୋଧିଦଳ ମୋଦିଙ୍କୁ ନିର୍ବାଚନରେ ଘେରି ପାଇଁ ଯେଉଁ ପ୍ରସଙ୍ଗ ରହିଛି ତାହାକୁ ପୁଣି ଥରେ ଉପସ୍ଥାପିତ କରିପାରିବେ ତ?

ଏହା ସତ୍ୟ ଯେ ପୁଲୱାମା ଆକ୍ରମଣ ପୂର୍ବରୁ ରାଫେଲ ପ୍ରସଙ୍ଗକୁ ନେଇ ଆକ୍ରମଣ କରୁଥିବା କଂଗ୍ରେସ ପାଇଁ କେବଳ ସହିଦଙ୍କ ପରିବାର ସହିତ ଦେଖାଯିବା ବ୍ୟତୀତ ବେଶି କିଛି ବିକଳ୍ପ ନଥିଲା। ଗୋଟିଏ ବିକଳ୍ପ ଥିଲା କଂଗ୍ରେସ ଦେଶର ଜନତାଙ୍କୁ ଅନୁରୋଧ କରି ସହିଦ ପରିବାରକୁ ସହାୟତା କରିବା, ସହିଦ ପରିବାରର ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେଇପାରିଥାନ୍ତା। ଆକ୍ରମଣର ଠିକ୍ ପରେ ପରେ କଂଗ୍ରେସ ସରକାରଙ୍କ ସହିତ ସ୍ୱର ମିଳାଇ ନିଜକୁ ପରିପକ୍ୱ ବିରୋଧି ଦଳର ସୂଚନା ଦେଇଥିଲା।

ବିଜେପି ଲଗାତର ଆତଙ୍କବାଦ ଓ ଆତ୍ମବଳିଦାନ ପ୍ରସଙ୍ଗରେ କଂଗ୍ରେସକୁ ଆହ୍ୱାନ କରୁଥିଲା। କିନ୍ତୁ କଂଗ୍ରେସ ଧୈର୍ଯ୍ୟ ରଖିଥିଲା। କିନ୍ତୁ ପରେ ଯାହା ଆଶଙ୍କା ଥିଲା ତାହା ହିଁ ହେଲା। କଂଗ୍ରେସ ମୋଦିଙ୍କ ଜାଲରେ ପଡ଼ିଗଲା। ବିଜେପି ନିଜର ମଜଭୂତ ସଂଗଠନ ଓ ମିଡ଼ିଆ ପ୍ରସାରଣର ଫାଇଦା ଉଠାଇ ଆତଙ୍କବାଦ, ରାଷ୍ଟ୍ରୀୟ ସୁରକ୍ଷା ଓ ମଜଭୂତ ନେତୃତ୍ୱକୁ ନିର୍ବାଚନର ମୁଖ୍ୟ ପ୍ରସଙ୍ଗରେ ପରିଣତ କରିଦେଇଛି।

ରାଫେଲ, କୃଷି ଓ କୃଷକମାନଙ୍କ ସମସ୍ୟାକୁ ନେଇ କଂଗ୍ରେସ ଆରମ୍ଭ କରିଥିବା ପ୍ରଚାରକୁ ବିଜେପି ସିଧାସଳଖ ପଛରେ ପକାଇ ଦେଇଛି। ତେଣୁ ଏବେ ବିରୋଧି ଦଳ ପାଇଁ ବଡ଼ ପ୍ରଶ୍ନ ହେଉଛି ଚଳିତ ନିର୍ବାଚନରେ ମୋଦିଙ୍କୁ ଅକଳରେ ପକାଇବା ପାଇଁ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେବ?

ନିର୍ବାଚନ ପ୍ରସ୍ତୁତିରେ କ’ଣ କଂଗ୍ରେସ ପଛରେ ପଡ଼ିଯାଇଛି?

୧୧ଡିସେମ୍ୱରରେ କଂଗ୍ରେସ ଉତ୍ତର ଭାରତରେ ବିଜେପିକୁ ଦୁର୍ଗକୁ ଦଖଲ କରିବା ପରେ ଜାତୀୟ ନିର୍ବାଚନ ପ୍ରସଙ୍ଗ ପରିବର୍ତ୍ତନ ହେବାର ସଂକେତ ମିଳିଥିଲା। କେବଳ ସେତିକି ନୁହେଁ ବିଜେପି ନେତାଙ୍କ ମନୋବଳ ଦୁର୍ବଳ ହେବା ସହିତ ବିଜେପି ଶାସନର ଦୁର୍ବଳ ଦିଗକୁ ପଦାକୁ ଆସିବାରେ ଲାଗିଥିଲା। ବେକାରୀ ସମସ୍ୟା, କୃଷି ସଂକଟକୁ ଆକ୍ରମଣାତ୍ମକ ଢ଼ଙ୍ଗରେ ରାଷ୍ଟ୍ରୀୟ ପ୍ରସଙ୍ଗ କରିବା ପାଇଁ କଂଗ୍ରେସ ପାଖରେ ସୁବର୍ଣ୍ଣ ସୁଯୋଗ ଥିଲା। କାରଣ ଏହି ସମସ୍ୟାରେ ଏବେ ସମଗ୍ର ଦେଶବାସୀ ଜର୍ଜରିତ ହୋଇପଡ଼ିଛନ୍ତି। ବେକାରୀ ସମସ୍ୟା, କୃଷି ସଂକଟ ପ୍ରସଙ୍ଗରେ ଏକ ଘରିକିଆ ହୋଇଯାଇଥିବା ମୋଦିଙ୍କୁ ଏକ ପ୍ରସଙ୍ଗର ଆବଶ୍ୟକତା ଥିଲା; ଯାହାକି ପୁଲୱାମା ଆତଙ୍କୀ ଆକ୍ରମଣ ପୁରଣ କରିଛି।

୧୧ ଡିସେମ୍ୱରରୁ ୧୪ ଫେବ୍ରୁଆରି ପର୍ଯ୍ୟନ୍ତ ଦୁଇ ମାସ ମଧ୍ୟରେ କଂଗ୍ରେସ ବହୁତ କିଛି କରିପାରିଥାନ୍ତା। ଏଥିରେ ନିର୍ବାଚନ ପୂର୍ବରୁ ମହାମେଣ୍ଟ ଗଠନ, ଘୋଷଣାପତ୍ର ପ୍ରକାଶ କରିବା, ଆସନ ବଣ୍ଟନକୁ ଚୂଡ଼ାନ୍ତ କରିବା, ବେକାରୀ, କୃଷି ସମସ୍ୟା ଉପରେ ରାଷ୍ଟ୍ରୀୟ ଟାସ୍କ ଫୋର୍ସ ଗଠନ କରିବା ଦିଗରେ ମତାମତ ସଂଗ୍ରହ, ରୋଜଗାର କେନ୍ଦ୍ର ସମ୍ପର୍କରେ ଜନସାଧାରଣଙ୍କ ମତାମତ ସଂଗ୍ରହ କରିପାରିଥାନ୍ତା। କିନ୍ତୁ କଂଗ୍ରେସ ନିଜକୁ ବିରୋଧି ଦଳ ଭାବେ ନିର୍ବାଚନ ପ୍ରସ୍ତୁତିରେ ନିୟୋଜିତ ନ କରି ଶାସକ ଦଳ ଭାବେ ବ୍ୟବହାର କରୁଛି।

ବିରୋଧି ପରିବର୍ତ୍ତେ ଶାସକ ଦଳ ଭଳି କଂଗ୍ରେସ କାହିଁକି ପ୍ରଚାର କରୁଛି?

‘ମୋଦି ହେ ତୋ ମୁମକିନ ହେ’ ବିଜେପିର ନିର୍ବାଚନ ପ୍ରଚାରର ମୁଖ୍ୟ ସ୍ଲୋଗାନ। କିନ୍ତୁ କଂଗ୍ରେସ ସ୍ଲୋଗାନ କ’ଣ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କଂଗ୍ରେସକୁ ମୋଦିଙ୍କର ୨୦୧୪ ପ୍ରଚାରରୁ ଶିକ୍ଷା ଲାଭ କରିବା ଆବଶ୍ୟକ।

୨୦୧୪ରେ ନିର୍ବାଚନର ବହୁ ପୂର୍ବରୁ ମୋଦି ନିଜକୁ ଜଣେ ରାଷ୍ଟ୍ରୀୟ ନେତା ଯିଏକି ଲୋକମାନଙ୍କର ଆଶା ଆକଂକ୍ଷାକୁ ପୂରଣ କରିପାରିବ ସେ ଦଗରେ ଉପସ୍ଥାପିତ କରିବାରେ ସଫଳ ହୋଇଥିଲେ। ସେତେବେଳେ ତାଙ୍କ ନିକଟରେ ଗୁଜରାଟ ମଡେ଼ଲର ଟ୍ରାକ ରେକର୍ଡ଼ ମଧ୍ୟ ଥିଲା। ଗୁଜରାଟ ମଡେ଼ଲରେ ମୋଦି ରାଜ୍ୟବାସୀଙ୍କୁ ଦୁର୍ନୀତିମୁକ୍ତ ଶାସନ ଦେଇ ଗରିବୀ ଓ ବେକାରୀରୁ ମୁକ୍ତି ଦେଇଥିଲେ।

ବିଜେପି ଲୋକମାନଙ୍କର ଚିନ୍ତାଧାୀରାକୁ ନିଜ ଆଡ଼କୁ ଟାଣିବା ପାଇଁ ଚାଇ ପେ ଚର୍ଚ୍ଚା, ସେଲଫି କିୟସ୍କୋ, ଥ୍ରୀ ଡ଼ି ଭ୍ୟାନ ଭଳି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ନିର୍ବାଚନର ବହୁ ପୂର୍ବରୁ ଆରମ୍ଭ କରି ଦେଇଥିଲା।

ଅପରପକ୍ଷରେ ଶାସନ କ୍ଷମତାକୁ ଫେରିବାକୁ ବ୍ୟାକୁଳ ହେଉଥିବା କଂଗ୍ରେସର ପ୍ରଚାର ଅଭିଯାନରେ ଏ ପର୍ଯ୍ୟନ୍ତ କୌଣସି ନୂଆ ଢ଼ଙ୍ଗ ଦେଖିବାକୁ ମିଳୁନାହିଁ। ରାଫେଲ ପ୍ରସଙ୍ଗରେ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିବାରୁ ସଫଳତା ମିଳିଛି। କିନ୍ତୁ ବେକାରୀ ଓ କୃଷି ସଂକଟ ଭଳି ଗମ୍ଭୀର ପ୍ରସଙ୍ଗକୁ ମତଦାତାଙ୍କ ମନରେ ପୁରାଇବା ପାଇଁ ସ୍ୱତନ୍ତ୍ର ପ୍ରଚାରର ଆବଶ୍ୟକତା ରହିଛି।

ତେବେ କ’ଣ କଂଗ୍ରେସ ନିର୍ବାଚନ ହାରିଯାଇଛି ?

କଂଗ୍ରେସ ନିର୍ବାଚନ ହାରି ଯାଇଛି ବୋଲି କହିବା ଠିକ୍ ହେବ ନାହିଁ। ରାନୀତିରେ ହାୱା ପରିବର୍ତ୍ତନ ପାଇଁ ଗୋଟିଏ ସପ୍ତାହ ଲାଗିଥାଏ। ଏଥିପାଇଁ କଂଗ୍ରେସକୁ ଏବେଠାରୁ ପ୍ରଚାରରେ ନୂତନତା ଆଣି ଲଢ଼ିବା ଆବଶ୍ୟକ।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *