ସପ୍ତାହକ ଭିତରେ ଓଡ଼ିଶାକୁ ଫେରିବ ଗୁରୁତ୍ଵପୂଣ୍ଣ ଐତିହାସିକ ନଥି
ଭୁବନେଶ୍ଵର, (ଓଟି): ଓଡ଼ିଶା ଇତିହାସ ଓ ଶାସନ ସମ୍ବନ୍ଧୀୟ ଅନେକ ଗୁରୁତ୍ଵପୂଣ୍ଣ ନଥି ରାଜ୍ୟକୁ ଫେରିବ। ଜାତୀୟ ଅଭିଲେଖାଗାରର ଉପ ନିର୍ଦେଶକ ଡ. ଟି ହୁସେନ୍ ଏହି ଆଶ୍ଵାସନା ଦେଇଛନ୍ତି। ଏହି ଗୁରୁତ୍ଵପୂଣ୍ଣ ନଥିଗୁଡ଼ିକ ଭିତରେ ରହିଛି ୧୮ ଖଣ୍ଡରେ ବିଭକ୍ତ ଓଡ଼ିଶା ଷ୍ଟେଟ୍ ଏଜେନ୍ସୀ ( ୧୯୧୭-୧୯୪୭), ବାଲେଶ୍ଵର ଫ୍ୟାକ୍ଟ୍ରୀ ରେକର୍ଡ଼ସ ଏବଂ ୨୨ଟି ଖଣ୍ଡରେ ବିଭକ୍ତ ବେଙ୍ଗଲ ପବ୍ଲିକ୍ କନ୍ସଲ୍ଟେସନ୍ସ। ଏହି ନଥିଗୁଡ଼ିକ ଭିତରେ ପୁଣି ରହିଛି କୋହିନୂର ସମ୍ପର୍କିତ ଦସ୍ତାବିଜ୍ ।ଶ୍ରୀ ଜଗନ୍ନାଥ ମନ୍ଦିରକୁ କୋହିନୂର ହୀରା ଦାନ ଦେବା ସମ୍ପର୍କରେ ମହାରାଜାଙ୍କ ମୂଳ ଇଚ୍ଛାପତ୍ରକୁ ଏହି ଅଭିଲେଖାଗାରକୁ ଫେରାଇ ଅଣାଯିବ ବୋଲି ସେ କହିଛନ୍ତି।
ରବିବାରଦିନ ଏକ ଉତ୍ସବରେ ପୂର୍ବତନ ପୁଲିସ ଡିଜି ତଥା ଇନ୍ଟାକ୍ର ରାଜ୍ୟ ଆବାହକ ଏନେଇ ଡ. ହୁସେନ୍ଙ୍କୁ ଅନୁରୋଧ କରିଥିଲେ। ଏହାଫଳରେ ଓଡ଼ିଶା ସମ୍ବନ୍ଧରେ ଗବେଷଣା କରୁଥିବା ଛାତଅଛାତ୍ରୀ ତଥା ଇଚ୍ଉକଙ୍କୁ ଆଉ ନୂଆ ଦିଲ୍ଲୀ ଯିବାକୁ ପଡ଼ିବ ନାହିଁ। ଏହି ଗକଥାର ଗୁରୁତ୍ଵକୁ ଅନୁଭବ କରି ଏସବୁ ନଥିର ନକଲ ଏଠାରେ ଉପଲବ୍ଧ କରାଇବା ପାଇଁ ଏକ ସପ୍ତାହ ଭିତରେ ଚେଷ୍ଟା କରାଯିବ ବୋଲଇ ଡ. ସୁସେନ୍ କହିଛନ୍ତି।
ଭୁବନେଶ୍ବରସ୍ଥିତ ଜାତୀୟ ଅଭିଲେଖାଗାରରେ ବିଶିଷ୍ଟ ଆଦିବାସୀ ବିଦ୍ବାନ ତଥା କୁଇ ଭାଷାର ପ୍ରଥିତଯଶା ବ୍ୟକ୍ତିତ୍ବ, ଲେଖକ ଓ ପୁସ୍ତକ ସଂଗ୍ରାହକ ପଣ୍ଡିତ ରଘୁନାଥଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ଡ. ହୁସେନ୍। ଏହି ଅବସରରେ ସ୍ବର୍ଗତ ରଘୁନାଥ ରଥ ସଂଗ୍ରହ କରିଥିବା ବହୁ ମୂଲ୍ୟବାନ ୨୫୦୦ ବହି ଓ ଜର୍ଣ୍ଣାଲ୍ ଜାତୀୟ ଅଭିଲେଖାଗାରର ଭୁବନେଶ୍ବର ରେକର୍ଡ କେନ୍ଦ୍ରକୁ ଦାନ କରାଯାଇଛି। ଖୁବ୍ଶୀଘ୍ର ଆଉ ୨୫୦୦ରେକର୍ଡ ରାଜ୍ୟ ଅଭିଲେଖାଗାରକୁ ହସ୍ତାନ୍ତର କରାଯିବ ବୋଲି ଅନିଲ୍ ଧୀର୍ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ନିର୍ବାଚନ କମିସନର ସଂଜୀବ ହୋତା, ଅଭିଲେଖାଗାରର ସହଯୋଗୀ ନିର୍ଦେଶକ ଡ. ଲଲାଟେନ୍ଦୁ ଦାସ ମହାପାତ୍ର, ଡ. ଡି.ପି ପଟ୍ଟନାୟକ, ଡ. ବିମଳେନ୍ଦୁ ମହାନ୍ତି, ଡ. ସଂଜୟ ଆଚାର୍ଯ୍ୟ ଓ ଡ. ଯତୀନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।











