‘ମେଣ୍ଟ ଭାଙ୍ଗି ଦେବେ ମାୟାବତୀ, ବାନରଙ୍କ ଭଳି ବୁଲିବେ ଅଖିଳେଶ

ଉତ୍ତରପ୍ରଦେଶ ବିଜେପିର ବରିଷ୍ଠ ନେତା ନରେଶ ଅଗ୍ରୱାଲ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ନିକଟରେ ସେ ଏସପି-ବିଏସପି ମେଣ୍ଟ ନେଇ ମନ୍ତବ୍ୟ ଦେଇଛନ୍ତି। ନରେଶ ଅଗ୍ରୱାଲ ଯେ, ଏହି ମେଣ୍ଟ ଭୋଟ ଘୋଷଣା ହେବାର ପରଦିନ ହିଁ ଭାଙ୍ଗିଯିବ। ବିଏସପି ମୁଖିଆ ମାୟାବତୀ ନିଜେ ଅଖିଳେଶଙ୍କୁ ଛାଡିଦେବେ, ପରେ ଅଖିଳେଶ ବାନରଙ୍କ ଭଳି ବୁଲିବେ ବୋଲି ନରେଶ ଅଗ୍ରୱାଲ ଭବିଷ୍ୟବାଣୀ କରିଛନ୍ତି।

ଏକଦା ସମାଜବାଦୀ ପାର୍ଟିର ବଡ଼ ଚେହେରା ଥିବା ନରେଶ ଏବେ ବିଜେପିରେ। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ନରେଶ ହରଦୋଇରେ ଏକ ସଭାରେ ଯୋଗଦେଇଥିଲେ। ଏହି ଅବସରରେ ସେ ନିଜର ପୂର୍ବ ନେତା ଅଖିଳେଶ ଯାଦବଙ୍କୁ ମଧ୍ୟ ଛାଡିନଥିଲେ।

ନରେଶ କହିଛନ୍ତି ଯେ, ମେ’ ୨୩ରେ ନିର୍ବାଚନ ଫଳାଫଳ ଘୋଷଣ ହେବା ପରେ ୨୪ ତାରିଖ ଦିନ ମାୟାବତୀ ମେଣ୍ଟରୁ ଓହରି ଯିବେ। ଆଉ ପରେ ଅଖିଳେଶଙ୍କୁ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିବ। ସେ ନିଜର ଏହି ଦୃଢୋକ୍ତି ପଛରେ ସର୍ତ୍ତ ମଧ୍ୟ ରଖିଛନ୍ତି।

ସେ କହିଛନ୍ତି ଯେ, ମେ’ ୨୩ରେ ଭୋଟ ଗଣତି ହେବ, ୨୪ରେ ମାୟାବତୀ କହିବେ ମୁଁ ଏସପି-ବିଏସପି ମେଣ୍ଟ ଭାଙ୍ଗୁଛି। ମୁସଲମାନ ଏବଂ ଅହିର ଆମକୁ ଧୋକା ଦେଇଛନ୍ତି। ଏହାପରେ ଅଖିଳେଶ ବାନରଙ୍କ ଭଳି ଏପଟୁ ସେପଟକୁ ଦୌଡୁଥିବାର ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *