ରିଲିଜ୍ ହେଲା ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକର ଟ୍ରେଲର୍

ଚଳିତବର୍ଷର ଚର୍ଚ୍ଚିତ ବାୟୋପିକ୍ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ଅନ୍ୟତମ । ଏହାର ମୁକ୍ତିଲାଭକୁ ସମସ୍ତେ ଚାତକ ଭଳି ଅନେଇ ବସିଥିବାବେଳେ ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ଏହା ସିନେପ୍ରେମୀଙ୍କ ସହିତ ମୋଦିଙ୍କ ଅଗଣିତ ପ୍ରଶଂସକଙ୍କ ପାଇଁ ନେଇଆସିଛି ଖୁସିର ଲହରୀ । ୨ ମିନିଟ୍ ୨୦ ସେକେଣ୍ଡର ଏହି ଟ୍ରେଲରରେ ମୋଦିଙ୍କ ଜୀବନର କିଛି ମୁହୂର୍ତ୍ତର ଝଲକ ପ୍ରଶଂସକଙ୍କୁ ଏକ ରକମ କିମିଆ କରି ରଖିଛି । ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ବାୟୋପିକ୍ରେ ଦକ୍ଷ ଅଭିନେତା ବିବେକ ଓବରୟ ମୁଖ୍ୟ ଭୂମିକାରେ ଥିବାବେଳେ ଅଭିନେତ୍ରୀ ଜରିନା ବାହାବ୍ ମୋଦିଙ୍କ ମା’ଙ୍କ ଚରିତ୍ରରେ ପରଦା ଉପରକୁ ଆସିବେ । ଅମିତ୍ ଶାହଙ୍କ ଭୂମିକାରେ ଅଛନ୍ତି ମନୋଜ୍ ଯୋଶୀ । ମୋଦିଙ୍କ ଭୂମିକାରେ ଥିବା ବିବେକ ଓବରୟଙ୍କ ବିଭିନ୍ନ ଲୁକ୍ ଦର୍ଶକଙ୍କୁ ଆକୃଷ୍ଟ କରିଛି । ସନ୍ଦିପ୍ ସିଂଙ୍କ ନିର୍ମିତ ଏହି ଫିଲ୍ମ ଆସନ୍ତା ଏପ୍ରିଲ୍ ୫ ତାରିଖରେ ସିନେମାଘରକୁ ଆସିବ । ମୋଦିଙ୍କ ବ୍ୟକ୍ତିଗତ ଓ ରାଜନୈତିକ ସଂଘର୍ଷର କାହାଣୀ ବର୍ଣ୍ଣନା କରୁଥିବା ‘ପିଏମ୍ ନରେନ୍ଦ୍ର ମୋଦି’ ବକ୍ସ ଅଫିସ୍ରେ ଧମାକେଦାର୍ ବ୍ୟବସାୟ କରିବ ବୋଲି ଟ୍ରେଡ୍ ଆନାଲିଷ୍ଟମାନେ ଏବେଠାରୁ ଅନେକ ଭବିଷ୍ୟବାଣୀ କରୁଛନ୍ତି ।

Leave a Reply

Your email address will not be published.