‘ନମୋ ଏଗେନ’ର ଜବାବ ‘ପୁଣିଥରେ ନବୀନ’

ନିର୍ବାଚନ ଘୋଷଣା ହୋଇନଥିଲେ ହେଁ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ ହେବା ଆରମ୍ଭ କରିଛି। କତଛିଦିନ ପୂର୍ବରୁ କଂଗ୍ରେସ ଓଡ଼ିଶା ମଇଦାନରୁ ଆଉଟ ହୋଇଯାଇଥିବା ଦଳ ବୋଲି ମନେକରାଯାଉଥିଲା। କିନ୍ତୁ ଏବେ ଏହି ଦଳ ଏକ ରାଜ୍ୟରେ ବିଜେଡ଼ି ଓ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେଲାଣି। ତେଣୁ ଆସନ୍ତା ନିର୍ବାଚନ ଏକ ପାଖିଆ ହେବାର ସମ୍ଭାବନା ନାହିଁ। ତେଣୁ ରାଜ୍ୟରେ ଆଗାମୀ ନିର୍ବାଚନରେ ତ୍ରିମୁଖି ପ୍ରତିଦ୍ୱନ୍ଦ୍ୱିତାରେ ବାଜି ଯେକୌଣସି କୌଣସି ଦଳ ମାରିନେଇପାରେ।

ଏଭଳି ପ୍ରତିଦ୍ୱନ୍ଦ୍ୱିତାରେ କିଏ ବେଶୀ ଫାଇଦା ପାଇବ, କାହାର କ୍ଷତି ହେବ ଏବେଠୁ ଆକଳନ କରିବା କଷ୍ଟକର। ବିଜେପି ନିର୍ବାଚନ ନ ହେଉଣୁ ପ୍ରଚାର ଅମ୍ମ୍ କରିଦେଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ଭରଷା କରି ନିର୍ବାଚନ ଲଢ଼ିବା ପାଇଁ ‘ନମୋ ୱାନ୍ସ ଏଗଇନ’ ନାମରେ ସ୍ଲୋଗାନ ଆରମ୍ଭ କରିଦେଇଛି। ବିଜେପିର ଏଭଳି ପ୍ରଚାରକୁ ମୁକାବିଲା କରିବା ପାଇଁ ରାଜ୍ୟରେ ‘ପୁଣି ଥରେ ନବୀନ’ ବୋଲି ଶାସକ ବିଜେଡ଼ିର ନିର୍ବାଚନୀ ସ୍ଲୋଗାନ ହେବାକୁ ଯାଉଛି।

‘ପୁଣି ଥରେ ନବୀନ’ ହୋର୍ଡିଂ ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରେ ଲଗାଇବା ସକାଶେ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ହୋଇଗଲାଣି। ଏଥିରେ ଶଙ୍ଖ ଓ ନବୀନଙ୍କ ଫଟୋ ହିଁ ସ୍ଥାନ ପାଇବ। ଏହା ପୂର୍ବରୁ ୪ଟି ନିର୍ବାଚନ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ଲଢ଼ି ସାରିଲାଣି। ଆଗାମୀ ନିର୍ବାଚନୀ ଲଢ଼େଇ ଜୋରଦାର ହେବାକୁ ଯାଉଛି। ପୁଣି ଥରେ ନବୀନଙ୍କୁ ସୁଯୋଗ ଦେବା ପାଇଁ ଭୋଟରଙ୍କୁ ଆହ୍ୱାନ କରିବା ସକାଶେ ବିଜେଡ଼ି ନିଷ୍ପତ୍ତି ନେଇଛି। ନବୀନଙ୍କୁ ଆଉ ଥରେ କ୍ଷମତା ଅର୍ଥ ବିଜୁ ଜନତା ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବା। ତେଣୁ ପ୍ରାର୍ଥୀଙ୍କ ଅପେକ୍ଷା ନବୀନଙ୍କ ମୁହଁକୁ ଦେଖି ଭୋଟ ଦେବାକୁ ନିବେଦନ କରିବ ବିଜୁ ଜନତା ଦଳ।

Leave a Reply

Your email address will not be published. Required fields are marked *