ନିର୍ବାଚନ ଲଢ଼ିବାକୁ ନଳିନୀଙ୍କ ଇସ୍ତଫା

ଓଡ଼ିଶା ଟାଇମ ଡ଼ଟ କମ‍୍‌ର ପୂର୍ବାନୁମାନ ସତ୍ୟ ହେବାକୁ ଯାଉଛି। ୨୦୧୮ ଅଗଷ୍ଟ ୨୭ ତାରିଖରେ ଯେଉଁ ଖବର ପ୍ରକାଶ ପାଇଥିଲା ସେହି ଅନୁସାରେ ନଳିନୀ ପ୍ରଧାନ ପଦକ୍ଷେପ ନେଇଛନ୍ତି। ଶାସକ ବିଜେଡ଼ି ଦଳରୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହୋଇ ଲଢ଼ିବା ଉଦ୍ଦେଶ୍ୟରେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ନଳିନୀଙ୍କ ଇସ୍ତଫା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି।

http://odishatime.com/works-secretary-nalini-pradhan-may-join-direct-politics/

ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଆସନରୁ ନଳିନୀ ଆଗାମୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନଳିନୀ ବିଜେଡି ଟିକେଟରେ ନିର୍ବାଚନ ଲଢିପାରନ୍ତି ବୋଲି ପୂର୍ବରୁ ଶୁଣିବାକୁ ମିଳୁଥିଲା। ଏପରିକି ଗତ କିଛି ଦିନ ପୂର୍ବରୁ ରେଢାଖୋଲରେ ବିଜେଡି ନେତାଙ୍କ ସହ ନଳିନୀଙ୍କ ଏକ ପୋଷ୍ଟର ଲାଗିଥିଲା। ଆଉ ଏହାପର ଠାରୁ ନଳିନୀ ନିଜ ପଦରୁ ଖୁବଶୀଘ୍ର ଇସ୍ତଫା ଦେଇ ନିର୍ବାଚନ ଲଢିପାରନ୍ତି ବୋଲି ପାୱାର କରିଡରରେ ଆଲୋଚନା ଆରମ୍ଭ ହୋଇଥିଲା।

ଏମିତିରେ ମଧ୍ୟ ପାୱାର କରିଡରରେ ନଳିନୀ ପ୍ରଧାନଙ୍କ ଲବି ଖୁବ ଶକ୍ତିଶାଳୀ ରହିଛି। ବାରମ୍ବାର ନିଜ ବିଭାଗରେ ଅଘଟଣ ଘଟୁଥିଲେ ମଧ୍ୟ ସରକାର ତାଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ। ଏପରିକି ତାଙ୍କ କାର୍ଯ୍ୟକାଳକୁ ବଢାଇ ମଧ୍ୟ ଦିଆଯାଇଥିଲା। ଯାହା ସଚିବାଳୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦଳୀୟ ପାଣ୍ଠି ଯୋଗାଡ ପାଇଁ ସଚିବଙ୍କୁ ବ୍ୟବହାର କରାଯାଉଥିବା ଅତୀତରେ ବିରୋଧୀ ଅଭିଯୋଗ ଆଣିଥିଲେ। ତେବେ ପୋଷ୍ଟରରେ ବିଜେଡି ନେତାଙ୍କ ନଳିନୀଙ୍କ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କର ରାଜନୈତିକ ଅଭିଳାଷାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Leave a Reply

Your email address will not be published.