ସିଆଇଆଇର ବାତ୍ୟା ପରିଚାଳନା କମିଟି ଅଧ୍ୟକ୍ଷ ହେଲେ ଡ. ତପନ କୁମାର ଚାନ୍ଦ

ଭୁବନେଶ୍ୱର,(ଓଟି) : ଫୋନି ପ୍ରଭାବିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥଇଥାନ ଓ ପନରୁଦ୍ଧାର କାର୍ଯ୍ୟକୁ ଆଗକୁ ବଢ଼ାଇବା ତଥା ଏଥିରେ ସହଯୋଗ କରିବା ପାଇଁ ଭାରତର ଶିଳ୍ପ ମହାସଂଘ ( ସିଆଇଆଇ) ଗଠନ କରିଥିବା ପରିଚାଳନା କରିମିଟିର ଅଧ୍ୟକ୍ଷ ହୋଇଛନ୍ତି ନାଲ୍‍କୋ ସିଏମ୍‍ଡି ଡ. ତପନ କୁମାର ଚାନ୍ଦ । ସିଆଇଆଇର ସାଧାରଣ ସମ୍ପାଦକ ଏକ ପତ୍ର ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି ।

ଡଃ ଚାନ୍ଦଙ୍କ ସହ ସିଆଇଆଇ (ପୂର୍ବାଞ୍ଚଳ)ର ଆଡମିରାଲ୍ ଏ.କେ. ବର୍ମା ମଧ୍ୟ ଏହି ବାତ୍ୟା ପରିଚାଳନା କମିଟିରେ କାର୍ଯ୍ୟ କରିବେ । ଏହି ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଡଃ ଚାନ୍ଦ ସମସ୍ତ ଶିଳ୍ପାନୁଷ୍ଠାନ ତଥା ଅନ୍ୟାନ୍ୟ ସଂସ୍ଥାମାନଙ୍କୁ ବାତ୍ୟା ପରବର୍ତ୍ତୀ ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି । ଷ୍ଟିଅରିଂ କମିଟିର ଏକ ବୈଠକ ମଇ ୧୧ ତାରିଖରେ ନାଲ୍କୋ ଭବନ ପରିସରରେ ଅନୁଷ୍ଠିତ ହେବ । ଏହି ବୈଠକରେ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ନବରତ୍ନ କମ୍ପାନୀ ନାଲ୍କୋ ପକ୍ଷରୁ ଅଧ୍ୟକ୍ଷ ଡଃ ଚାନ୍ଦଙ୍କ ଦିଗ୍ଦର୍ଶନରେ ବ୍ୟାପକ ରିଲିଫ୍ କାର୍ଯ୍ୟ ଜାରୀ ଅଛି ।

Leave a Reply

Your email address will not be published. Required fields are marked *