ଅନେକ ରୋମାଞ୍ଚ ଓ ଟୁଇଷ୍ଟ୍ ନେଇ ଆସୁଛି ‘ନାଗୀନ୍ ୪’, ଜାଣନ୍ତୁ କାହାଣୀ

ଲୋକପ୍ରିୟ ଶୋ’ ‘ନାଗୀନ୍୩’ ଶେଷ ହେବା ପରେ ଖୁବ୍ ଶୀଘ୍ର ‘ନାଗୀନ୍୪’ ଆସିବ ବୋଲି ଖୁସି ଖବର ମିଳିଥିଲା । ଏବେ ‘ନାଗୀନ୍୪’ର କାହାଣୀ ସମ୍ପର୍କରେ ଆଗୁଆ ସୂଚନା ମିଳିଯାଇଥିବାରୁ ସେହି ଖୁସି ଦିଗୁଣା ହୋଇଉଠିଛି । ଦର୍ଶକ ପୁଣିଥରେ ସେହି ପୂର୍ବ ଉତ୍ସାହ ସହ ‘ନାଗୀନ୍୪’ର ଅନଏୟାର୍ ତାରିଖକୁ ଅନେଇ ବସିଛନ୍ତି । ତେବେ କହିରଖୁଛୁ ‘ନାଗୀନ୍ ୪’ ଅନେକ ରୋମାଞ୍ଚ ଓ ଟୁଇଷ୍ଟ୍ ନେଇ ଆସିବ । ଏହାର ଏକ ପ୍ରୋମୋ ଭିଡିଓ ୟୁଟୁବରେ ସେୟାର୍ କରାଯାଇଥିଲା ।

ସେଥିରେ ଦେଖିବାକୁ ମିଳିଥିଲା ଯେ ଭିଲିଆନ୍ ସୁମିତ୍ରା, ତାମସୀ, ୟାମିନି ଓ ଶେଷା ପୁଣିଥରେ କାହାଣୀକୁ ଫେରିବେ । ୫୦ ପୂର୍ଣ୍ଣିମା ରାତି ବିତିଯିବା ପରେ ଶ୍ରାବଣୀଙ୍କର ବେଷ୍ଟଫ୍ରେଣ୍ଡ୍ ବିଶାଖା ନାଗମଣି ହାସଲ କରିବା ପାଇଁ ତାଙ୍କୁ ଏକ ବଡ଼ ଧୋକା ଦେବେ । ନାଗମଣି ହାସଲ କରିବା ପରେ ବିଶାଖା କେଉଁ ନାଗବଂଶର, ତାହା ଜାଣିହେବ । ଗତ ସଂସ୍କରଣରେ ଶ୍ରାବଣୀ ତ୍ରିଶୁଳ ଦ୍ୱାରା ସୁମିତ୍ରା, ତାମସୀ ଓ ୟାମିନିଙ୍କ ପ୍ରାଣ ନେଇଥିଲେ । ଆଗାମୀ ଏପିସୋଡରେ ଏହି ୩ଜଣଙ୍କ ମୂର୍ତ୍ତିରୁ ଏକ ଶକ୍ତି ବାହାରିବ ଏବଂ ସେଥିଯୋଗୁଁ ନାଗମଣି ପୁଣିଥରେ ଭିଲିଆନଙ୍କ ହାତକୁ ଚାଲିଯିବ । ୨ ବର୍ଷ ଓ ୨ ମାସ ପରେ ଶ୍ରାବଣୀ ଓ ମାହିରଙ୍କ ଏକ ସନ୍ତାନ ଜନ୍ମ ନେବ । ତେଣୁ ନାଗମଣି ହାସଲ କରିବା ପାଇଁ ଶ୍ରାବଣୀଙ୍କ ଶତ୍ରୁ ସନ୍ତାନ ଉପରେ ଆକ୍ରମଣ କରିବେ । ନାଗମଣୀର ରକ୍ଷା ପାଇଁ ଶ୍ରାବଣୀ ଜଣେ ନୂଆ ନାଗରାଣୀଙ୍କୁ ସାମନାକୁ ଆଣିବେ । ତେବେ ଏହି ନାଗରାଣୀ ଭୂମିକାରେ କେଉଁ ଅଭିନେତ୍ରୀ ପରଦା ଉପରକୁ ଆସିବେ, ତାହାକୁ ନେଇ ଏବେ ଦର୍ଶକ ମହଲରେ ଅନେକ ଚର୍ଚ୍ଚା ହେଉଛି । କାହାଣୀ ସମ୍ପର୍କିତ ଏଭଳି କିଛି ସୂଚନା ପାଇବା ପରେ ଶୋ’ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *