ଖୁବ୍ ଶୀଘ୍ର ଆସୁଛି ‘ନାଗୀନ୍୪’, କିଏ ହେବ ନାଗୀନ୍

ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘ନାଗୀନ୍୩’ର ହ୍ୟାପି ଏଣ୍ଡିଙ୍ଗରେ ଦର୍ଶକ ବେଶ୍ ଖୁସି ଅଛନ୍ତି । ଏହି ଶୋ’ରେ ଶେଷ ଅଧ୍ୟାୟରେ ପୂର୍ବ ଦୁଇଟି ଶୋ’ର ତାରକାଙ୍କୁ ଦେଖିବାକୁ ମିଳିଥିଲା, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । କିନ୍ତୁ ଅନ୍ୟପକ୍ଷରେ ଶୋ’ ସମାପ୍ତ ହୋଇଯାଇଥିବାରୁ ଦର୍ଶକ ଟିକେ ଦୁଃଖିତ ମଧ୍ୟ ଅଛନ୍ତି । ତେବେ ଦର୍ଶକଙ୍କ ଏହି ଦୁଃଖ ଖୁବ୍ ଶୀଘ୍ର ଦୂର ହେବ ବୋଲି ଶୋ’ର ନିର୍ମାତାଙ୍କ ଠାରୁ ସୂଚନା ମିଳିଛି । ଆଗାମୀ କିଛିଦିନ ମଧ୍ୟରେ ‘ନାଗୀନ୍’ର ଚତୁର୍ଥ ସଂସ୍କରଣ ଅନ୍ଏୟାର୍ ହୋଇପାରେ ।

ତେବେ ନୂତନ ସଂସ୍କରଣରେ କିଏ ନାଗୀନ୍ ହେବ, ସେନେଇ ଏବେଠାରୁ ଅନେକ କିଛି ଚର୍ଚ୍ଚା ହେଉଛି । ନୂଆ ଚେହେରା ଭାବେ ହିନା ଖାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ବୋଲି ଦର୍ଶକ ଅନୁମାନ କରୁଛନ୍ତି । ହିନା ‘କସୌଟି ଜିନ୍ଦେଗୀ’ର ସମସ୍ତ ଏପିସୋଡର ସୁଟିଂ ସାରିଦେଇ କିଛିଦିନ ପାଇଁ ଛୁଟି କଟାଉଛନ୍ତି । ଛୁଟି ସରିବା ପରେ ସେ ‘ନାଗୀନ୍୪’ର ସୁଟିଂ ପାଇଁ ପ୍ରସ୍ତୁତ ହେବେ ବୋଲି ଶୁଣିବାକୁ ମିଳୁଛି । ତେବେ ଆଗାମୀ ଅଭିନେତ୍ରୀ କିଏ ହେବ ତାହା କେବଳ ସମୟ ହିଁ କହିବ । କିନ୍ତୁ ଆଗାମୀ ସଂସ୍କରଣକୁ ପୂର୍ବ ୩ଟି ସଂସ୍କରଣ ଠାରୁ ଆହୁରି ଆକର୍ଷଣୀୟ କରିବା ପାଇଁ ଟିମ୍ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି ।

Leave a Reply

Your email address will not be published.