‘ନାଗୀନ୍ ୩’ର ଶେଷ ଅଧ୍ୟାୟରେ ଆସିବେ ମୌନୀ ରୟ, ଜାଣନ୍ତୁ କ’ଣ ହେବ କ୍ଲାଇମାକ୍ସ
ଏକତା କପୁରଙ୍କ ଶୋ’ ‘ନାଗିନ୍୩’ ଅନଏୟାର୍ ହେବା ପରଠାରୁ ଲୋକପ୍ରିୟତା ବଢିବଢି ଚାଲିଛି । ଆଉ କିଛିଦିନ ପରେ ଏହା ଶେଷ ଅଧ୍ୟାୟରେ ପହଞ୍ଚିବ । ତେବେ କାହାଣୀରେ ଥିବା ପ୍ରତିଟି ମୋଡ଼ ଦର୍ଶକଙ୍କ ମନୋରଞ୍ଜନ କରିବା ସହିତ ଶୋ’ ପ୍ରତି ଥିବା ଆଗ୍ରହକୁ ଦ୍ୱିଗୁଣିତ କରିଥିଲା । ଏବେ ଏହି ଧାରାରେ ଏକତା ଆଗାମୀ ଅଧ୍ୟାୟର କିଛି ଝଲକ ସହ ଏକ ପ୍ରୋମୋ ଭିଡିଓ ସେୟାର କରିଛନ୍ତି । ଶେଷ ଅଧ୍ୟାୟର ଏହି ପ୍ରୋମୋ ଭିଡିଓରେ ନାଗିନ୍ ଫେମ୍ ମୌନି ରୟଙ୍କୁ ଦେଖବାକୁ ମିଳିଛି । ମୌନୀଙ୍କ ସହିତ ପୂର୍ବ ଅଧ୍ୟାୟର ଅଭିନେତା ଅର୍ଜୁନ୍ ବିଜଲାନି ଓ କରଣବୀର୍ ବୋହରା ମଧ୍ୟ ପରଦା ଉପରକୁ ଆସିବେ ।
କାହାଣୀର ଚରିତ୍ର ସୁମିତ୍ରା ଓ ୟୁବି ମିଶିକରି ବେଲାଙ୍କୁ ଏକ ବଡ଼ ଘାଇ ଭିତରକୁ ଧକ୍କା ଦେଇଛନ୍ତି ଏବଂ ବେଲା ଏହାର ପ୍ରତିଶୋଧ ନେବେ ବୋଲି ଦୃଢ ସଂକଳ୍ପ କରିଛନ୍ତି । ଏହି ଦୃଶ୍ୟ କ୍ଲାଇମାକ୍ସ ହୋଇପାରେ ବୋଲି ପ୍ରୋମୋ ଭିଡିଓରେ ଦେଖିବାକୁ ମିଳିଛି । ଅନେକ ଦିନ ପରେ ପୁଣିଥରେ ମୌନିଙ୍କୁ ଛୋଟ ପରଦାରେ ଦେଖିବା ପାଇଁ ପ୍ରଶଂସକ ବାଟ ଚାହିଁ ବସିଛନ୍ତି ।