‘ନାଚ୍ ବଲିୟେ ୯’ର ଫାଷ୍ଟ୍ ପ୍ରୋମୋ ରିଲିଜ୍, ଥିମ୍ – ଏକ୍ସ ଲଭର୍ସ
ଟେଲି ଦୁନିଆର ଲୋକପ୍ରିୟ ଡ୍ୟାନ୍ସ ରିଏଲିଟି ଶୋ’ ‘ନାଚ୍ ବଲିୟେ’ର ୯ମ ସଂସ୍କରଣ ଖୁବ୍ ଶୀଘ୍ର ଅନଏୟାର୍ ହେବାକୁ ଯାଉଛି । ଏହି ସଂସ୍କରଣକୁ ସଲ୍ଲୁ ଭାଇଜାନ୍ ପ୍ରୋଡ୍ୟୁସ୍ କରୁଛନ୍ତି । ପୂର୍ବର ସବୁ ସଂସ୍କରଣଠାରୁ ଏଥର ଥିମ୍ ସମ୍ପୂର୍ଣ୍ଣ ଅଲଗା ଓ ରୋମାଞ୍ଚଭରା ହେବ । କାରଣ ପୂର୍ବରୁ ଶୋ’ର ଯୋଡ଼ି ଭାବେ ପତି-ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ୍ ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଏଥର ଏକ୍ସ ଲଭର୍ସ ଯୋଡ଼ିମାନଙ୍କୁ ସାମିଲ୍ କରାଯିବ । ଷ୍ଟାରପ୍ଲସ୍ ର ଅଫିସିଆଲ୍ ଟ୍ୱିଟର୍ ମାଧ୍ୟମରେ ଶୋ’ର ଫାଷ୍ଟ୍ ପ୍ରୋମୋ ରିଲିଜ୍ କରାଯାଇଛି । ଏହି ପ୍ରୋମୋରେ ‘କସୌଟି ଜିନ୍ଦେଗି କି’ର ଅଭିନେତ୍ରୀ ଉର୍ବଶୀ ଢୋଲକିୟା ତାଙ୍କର ଏକ୍ସ ବୟଫ୍ରେଣ୍ଡଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଏକ୍ସ୍ ବୟଫ୍ରେଣ୍ଡଙ୍କ ଚେହେରା ଦେଖାଯାଉନାହିଁ । ଏହି ଭିଡିଓକୁ ଉର୍ବଶୀ ମଧ୍ୟ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଛନ୍ତି । ତେବେ ଏଭଳି ଏକ ନିଆରା ଶୋ’ରେ ଥିବା ଏକ୍ସଯୋଡ଼ିମାନଙ୍କୁ ଦେଖିବାକୁ ହେଲେ ଦର୍ଶକଙ୍କୁ ଆଉ ଅଳ୍ପଦିନ ଅପେକ୍ଷ।। କରିବାକୁ ପଡ଼ିବ ।