ସିଙ୍ଗାପୁର ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେବେ ନବାଜ୍

ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କାର୍ଡ଼ିଫ୍ ଫିଲ୍ମ ଫେଷ୍ଟିଭାଲ୍ ପରେ ଏବେ ନବାଜଙ୍କୁ ସିଙ୍ଗାପୁର ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ପକ୍ଷରୁ ନିମନ୍ତ୍ରଣ ମିଳିଛି । ୱେବ୍ ସିରିଜ୍ ‘ସିକ୍ରେଟ୍ ଗେମ୍ସ’ ପାଇଁ ନବାଜଙ୍କୁ ସମ୍ମାନିତ କରାଯିବ । ସିଙ୍ଗାପୁର ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲର ୩୦ ତମ ସଂସ୍କରଣ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ । ଏଡି ଉତ୍ସବର ତୃତୀୟ ଦିନରେ ନବାଜଙ୍କୁ ‘ଲେସଲେ ହୋ ଏସିଆନ୍ ଫିଲ୍ମ ଟ୍ୟାଲେଣ୍ଟ୍’ ଆୱାର୍ଡ଼ରେ ସମ୍ମାନିତ କରାଯିବ ।

କହିରଖୁଛୁ ‘ସିକ୍ରେଟ୍ ଗେମ୍ସ’ ପରେ ନବାଜ୍ ୱେବ୍ ସିରିଜରୁ ଦୂରେଇ ଯିବା ପାଇଁ ଚାହୁଁଛନ୍ତି । କାରଣ ଫିଲ୍ମ ହେଉ କିମ୍ବା ୱେବସିରିଜ୍, ପ୍ରତିଥର ଗ୍ରେ ଅବତାରରେ ଅଭିନୟ କରିବା ଯୋଗୁଁ ତାଙ୍କର କୁନି ଝିଅ ଉପରେ ଏହାର ପ୍ରଭାବ ପଡ଼ୁଛି । ତେଣୁ ଆଗାମୀ ଦିନରେ ସେ କେବଳ କମେଡ଼ି ଓ ରୋମାଣ୍ଟିକ୍ ଫିଲ୍ମ ବାଛିବେ । ନବାଜଙ୍କ ଆଗାମୀ ଫିଲ୍ମ ‘ମୋତିଚୁର୍ ଚକନାଚୁର୍’ ନଭେମ୍ବର ୧୫ ତାରିଖରେ ସିନେମାଘରକୁ ଆସିବ । ଏଥିରେ ତାଙ୍କ ସହିତ ଆଥିୟା ସେଟ୍ଟି ପରଦା ଉପରକୁ ଆସିବେ । ଆଜିକାଲି ଏହି ତାରକାଦ୍ୱୟ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

Leave a Reply

Your email address will not be published. Required fields are marked *