ରିମେକ୍ ତାଲିକାରେ ସଞ୍ଜୁବାବାଙ୍କ ଆଉ ଏକ ବ୍ଲକ୍ବଷ୍ଟର୍ ଫିଲ୍ମ
ବଡ଼ ପରଦାର ମୁନ୍ନାଭାଇ ଓରଫ୍ ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ ‘ସଡ଼କ୍’ର ରିମେକ୍ ହେବ ବୋଲି ଖବର ଆସିଥିଲା । ଏବେ ଏହି ରିମେକ୍ ତାଲିକାରେ ସଞ୍ଜୁବାବାଙ୍କ ଅଭିନୀତ ଆଉ ଏକ ବ୍ଲକ୍ବଷ୍ଟର୍ ଫିଲ୍ମ ସାମିଲ୍ ହୋଇଛି । ସେ ଫିଲ୍ମଟି ହେଉଛି ‘ନାମ୍’ । ୧୯୮୬ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ବ୍ୟବସାୟ ଥିଲା ୩୦କୋଟି ୮୦ ଲକ୍ଷ, ଯାହାକି ସେହି ସମୟର ଏକ ରେକର୍ଡ଼ । ‘ନାମ’ ଫିଲ୍ମର ଲୋକପ୍ରିୟ ଗୀତ ‘ଚିଠି ଆୟି ହେ…’ ଆଜି ମଧ୍ୟ ଶ୍ରୋତା ଓ ସିନେପ୍ରେମୀଙ୍କୁ ଭାବବିହ୍ୱଳ କରିଦେଉଛି । ଏହି ଗୀତକୁ ବିବିସି ପକ୍ଷରୁ ୧୦୦ ସଙ୍ଗ୍ ଅଫ୍ ମିଲେନିୟମ୍ରେ ସାମିଲ୍ କରାଯାଇଛି । ମହେଶ୍ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଓ କୁମାର ଗୌରବ ମୁଖ୍ୟ ଭୂମିକାରେ ଥିଲେ । ଦୁଇଭା
ଇଙ୍କ ସମ୍ପର୍କର କାହାଣୀକୁ ଦର୍ଶକ ପରଦା ଉପରେ ଦେଖିଥିଲେ । ମହେଶ୍ ଭଟ୍ଟଙ୍କ ଝିଅ ପୂଜାଭଟ୍ଟ ପୁଣିଥରେ ‘ନାମ୍’ର ରିମେକ୍ କରିବାକୁ ଯୋଜନା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଛି । କିନ୍ତୁ ଏ ସମ୍ପର୍କରେ ଅନ୍ୟ କିଛି ଖବର ପଦାକୁ ଆସିପାରନାହିଁ । ସଞ୍ଜୁବାବାଙ୍କ ଅଭିନୀତ ଫିଲ୍ମ ‘ସଡ଼କ୍’ର ସୁଟିଂ ଆରମ୍ଭ ହୋଇପାରନାହିଁ । ତେଣୁ ଏହାକୁ ୨୦୨୦ରେ ରିଲିଜ୍ କରାଯିବ ବୋଲି ସୂଚନା ମିଳିଛି । ‘ସଡ଼କ୍’ର ରିମେକ୍ରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଗୁଲ୍ସନ୍ ଗ୍ରୋଭର୍, ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁର୍ ଲିଡ୍ ଭୂମିକାରେ ନଜର ଆସିବେ ।