#କରୋନା ଆତଙ୍କ: ୨୬ ନର୍ସ ଆକ୍ରାନ୍ତ, ଓ୍ୱକହାର୍ଡ୍ ମେଡିକାଲ ସିଲ୍

ମୁମ୍ବାଇ(ଓଟି): ମହାମାରୀ କରୋନା ସଂକ୍ରମିତ କାରଣରୁ ମୁମ୍ବାଇ ସହରର ଆଗ୍ରିପଡ଼ା ସ୍ଥିତ ଓ୍ୱକହାର୍ଡ୍ ହସ୍ପିଟାଲକୁ ସିଲ୍ କରିଦିଆଯାଇଛି। ଉକ୍ତ ହସ୍ପିଟାଲର ୨୬ଜଣ ନର୍ସ କରୋନା ସଂକ୍ରମିତ ହେବା ପରେ ବାଧ୍ୟହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିସହ ଏହି ହସ୍ପିଟାଲ ଠାରୁ ଦୂରରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଏମସିର ସ୍ୱାସ୍ଥ୍ୟ ସଚିବ ସୁରେଶ କାକାନୀ କହିଛନ୍ତି ଯେ, ହସ୍ପିଟାଲର କର୍ମଚାରୀମାନଙ୍କ ରିପୋର୍ଟ ନଆସିବା ଯାଏଁ ସେମାନେ ବାହାରକୁ ଯାଇପାରିବେ ନାହିଁ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି।

ସୂଚନା ଅନୁସାରେ ହସ୍ପିଟାଲ୍‌ରେ ୩୦୦ରୁ ଅଧିକ ବ୍ୟକ୍ତି କ୍ୱାରେଣ୍ଟାଇନରେ ରହିଥିଲେ। କିନ୍ତୁ ମେଡିକାଲ ପକ୍ଷରୁ କୌଣସି ସତର୍କତାମୂଳକ ପଦକ୍ଷେପ ନିଆଯାଇନଥିଲା। ତେଣୁ ଏହାର ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଥିବା ଶ୍ରୀ କାକାନୀ କହିଛନ୍ତି। ଗତ ୨୮ରେ ସାଧାରଣ ଆଇସିୟୁରେ କାମ କରୁଥିବା ୨ଜଣ ନର୍ସଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଅନ୍ୟ ୨୬ଜଣଙ୍କ ଟେଷ୍ଟ ରିପୋର୍ଟ  ପଜିଟିଭ୍ ଆସିଥିଲା। ଏପରିକି କ୍ୱାରେଣ୍ଟାଇନ ଓ୍ୱାର୍ଡରେ ଥିବା ସ୍କ୍ରିନ, ବେଡସିଟକୁ ସାଧାରଣ ଓ୍ୱାର୍ଡରେ ମଧ୍ୟ ବ୍ୟବହାର କରଯାଇଥିବା କେତେକ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଜଣେ ନର୍ସ କହିଛନ୍ତି ଯେ, ବିଏମସି ଅଧିକାରୀ ହସ୍ପିଟାଲର ଯାଞ୍ଚ ପାଇଁ ଆସିବା ବେଳେ ଅନେକ ନର୍ସ ସେମାନଙ୍କ କରୋନା ଲକ୍ଷଣ ନେଇ ପ୍ରକାଶ କରିଥିଲେ। ସମ୍ପ୍ରତି ମେଡିକାଲର ୨୭୦ ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *