ଫ୍ୟାକ୍ଟ୍ରି ଦୁର୍ଘଟଣାରେ ୮ମୃତ
ମୁମ୍ବାଇ: ପୁଣିଥରେ କାରଖାନା ଦୁର୍ଘଟଣା। ୮ ଜଣଙ୍କ ପ୍ରାଣହାନୀ।ମହାରାଷ୍ଟ୍ର- ପାଲଘର ଜିଲ୍ଲା ବୋଇସାର୍ ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ମୁମ୍ବାଇଠାରୁ ଶହେ କିଲୋମିଟର ଦୂର ଘଟଣାସ୍ଥଳ ତଥା ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍ ଅଞ୍ଚଳର କୋଲୱାଡେ ଗାଁ ନିକଟବର୍ତ୍ତୀ ଦୁର୍ଘଟଣାସ୍ଥଳ। ଶନିବାର ସନ୍ଧ୍ୟାରେ କିଛି ରାସାୟନିକ ଦ୍ରବ୍ୟର ପରୀକ୍ଷା କରାଯିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ବିସ୍ଫୋରଣର ଶବ୍ଦ ପ୍ରାୟ ୧୫ କିଲୋମିଟର ଯାଏ ଶୁଣିବାକୁ ମିଳିଥିବାବେଳେ ନିକଟବର୍ତ୍ତୀ ଅଞ୍ଚଳରେ ଝରକା କାଚ ଭାଙ୍ଗିଯାଇଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।