ବିସିସିଆଇ ତାଲିକାରୁ ମାହି ବାଦ୍

ଭୁବନେଶ୍ୱର(ଓଟି): ବିସିସିଆଇର ବାର୍ଷିକ ଖେଳାଳି ତାଲିକା ପ୍ରକାଶ ପାଇଛି। ଏହି ଚୁକ୍ତି ତାଲିକା ଏ-ପ୍ଲସ, ଏ, ବି ଓ ସି’ ଆଦି ୪ଟି ଗ୍ରେଡରେ ଘୋଷଣା କରାଯାଇଥିବାବେଳେ ଏଥିରୁ ମାହି ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବାଦ୍ ପଡିଛନ୍ତି। ଏ-ପ୍ଲସ ଗ୍ରେଡରେ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ପ୍ରମୁଖ ରହିଛନ୍ତି। ଏ-ଗ୍ରେଡରେ ଅଶ୍ୱିନୀ, ଜାଡ଼େଜା, ଭୁବନେଶ୍ୱର, ପୂଜାରୀ, ରାହାଣେ, କେଏଲ୍ ରାହୁଲ, ଧାୱନ, ସାମି, ଈଶାନ୍ତ, କୁଳଦୀପ ଓ ଋଷଭ ପନ୍ତ ପ୍ରମୁଖ ସାମିଲ ହୋଇଛନ୍ତି। ବି-ଗ୍ରେଡରେ ଋଦ୍ଧିମାନ ଶାହା, ଉମେଶ ଯାଦବ, ଚହଲ, ହାର୍ଦ୍ଦିକ ଓ ମୟଙ୍କ ରହିଛନ୍ତି। ସେହିଭଳି ସି-ଗ୍ରେଡରେ କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟସ ଆୟର ଓ ୱାଶିଂଟନ ରହିଛନ୍ତି। ଉଲ୍ଲେଖନୀୟ ଯେ ଏ-ପ୍ଲସ ଗ୍ରେଡ ଖେଳାଳି ବାର୍ଷିକ ୭କୋଟି ପାଇବେ। ସେହିପରି ଏ-ଗ୍ରେଡକୁ ୫କୋଟି, ବି-କୁ ୩କୋଟି ଓ ସି-କୁ ୧କୋଟି ଟଙ୍କା ମିଳିବ।

Leave a Reply

Your email address will not be published.