କ୍ଷମା ମାଗିବାକୁ ବାଧ୍ୟ ହେଲେ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍
ଭୁବନେଶ୍ୱର, (ଓଟି): ସଂସଦ ଭିତରେ ମହିଳା ସାଂସଦ ତଥା ସେଦିନ ବାଚସ୍ପତି ଆସନରେ ବସିଥିବା ସାଂସଦ ରମାଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି ବରିଷ୍ଠ ସାଂସଦ ତଥା ସମାଜବାଦୀ ସଦସ୍ୟ ଆଜମ ଖାନ୍ । ସପ୍ତାହାନ୍ତ ଛୁଟି ଖୋଲିବା ପରେ ସଂସଦରେ ସେ କହିଛନ୍ତି “କୌଣସି ସଦସ୍ୟଙ୍କୁ ଆଘାତ ଦେବା ଭଳି ଶବ୍ଦ ମୁଁ ଜାଣିଶୁଣି କହିନାର୍ହି । ତଥାପି ଯଦି କୌଣସି ସଦସ୍ୟଙ୍କୁ ଆଘାତ ଦେଇଛି ତେବେ ମୁଁ କ୍ଷମା ପ୍ରାର୍ଥୀ’ ।
ଉତ୍ତର ପ୍ରଦେଶ ବିଧାନସଭାକୁ ୯ ଥା ବିଧୟେକ ଭାବେ ନିର୍ବାଚିତ ହୋଇଥିବେ ଆଜମ୍ ଖାନ୍ ସେଠାରେ ଦୁଇଥର ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ରାଜ୍ୟସଭାରେ ପୂର୍ବରୁ ସାଂସଦ ଭାବେ ସେ କାର୍ଯ୍ୟ କରିଛନ୍ତି । କିନ୍ତୁ ଗୁରୁବାରଦିନ ସାଂସଦ ରମାଦେବୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବାବେଳେ ଦଇଥିବା ମନ୍ତବ୍ୟ ଗୃହକୁ ଚକିତ କରିଥିଲା । ଏହାର ଜବାବରେ ରମାଦେବୀ କହିଥିଲେ ଏହା ତାଙ୍କ “ଅଭ୍ୟାସ’ ହୋଇଗଲାଣି । “ଏହାଙ୍କ ଚରିତ୍ର ବିଗିଡ଼ି ଯାଇଛି ଏବଂ ସେ ଆବଶ୍ୟକଠାରୁ ଅଧିକ ବିଗିଡ଼ି ଯାଇଛନ୍ତି’
ଆଜମ୍ଙ୍କ ଏହି ବୟାନ ପରେ ବାଚସ୍ପତି କହିଥିଲେ, ଏବେ ସମ୍ପୃକ୍ତ ସାଂସଦ କ୍ଷମା ମାଗିଛନ୍ତି । ଏଣୁ ଏ ବିଷୟରେ ଅଧିକ ଆଲୋଚନା ଜରୁରୀ ନୁହେଁ । ଭବିଷ୍ୟତରେ ଯେପି ଏଭଳି ପରିସ୍ଥିତି କାହାଦ୍ୱାରା ପୁନରାବୃତ୍ତି ନହୁଏ ଆମେ ଧ୍ୟାନ ଦେବା ଉଚିତ । ‘
ମନେ ରଖିବା ଉଚିତ ଯେ, ଏହି ଗୃହ ସମସ୍ତଙ୍କର । ଏଠାରେ ସବୁ ସଦସ୍ୟଙ୍କର କହିବା ଅଧିକାର ରହିଛି । କିନ୍ତୁ କାହାକୁ ଆଘାତ ଦେଲାଭଳି ଯେପରି କିଛି ଚର୍ଚ୍ଚା ମିଡିଆ ବା ଅନ୍ୟ କୌଣସି ମଞ୍ଚରେ ନହୁଏ ସେଥିପ୍ରତି ସଚେତନ ରହିବା ଆବଶ୍ୟକ ।
ବାଚସ୍ପତିଙ୍କ ଏହି ବୟାନକୁ ଗୃହ ଭିତରେ ତୃଣମୂଳ କଂଗ୍ରେସ, ଏନ୍ସିପି, ଡିଏମ୍କେ ସମର୍ଥନ କରିଥିଲେ । ଶାସକ ଦଳ ପକ୍ଷରୁ ମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଗୃହରେ ବିରୋଧୀ ଦଳଙ୍କୁ ଧନ୍ୟବାଦ ଦେଇଥିଲେ ।