ମୌନୀଙ୍କ ଭଳି ସୁନ୍ଦରତା ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ବିୟୁଟି ଟିପ୍ସ

ଅଭିନୟ ସହିତ ଗ୍ଲାମର୍ ଦୁନିଆରେ ମଧ୍ୟ ମୌନି ରୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମିଡିଆ ସାକ୍ଷାତକାରରେ ମୌନୀଙ୍କୁ ଅଭିନୟ ସମ୍ପର୍କରେ କମ୍ ଏବଂ ତାଙ୍କର ବିୟୁଟି ସିକ୍ରେଟ୍ ସମ୍ପର୍କରେ ଅଧିକ ପଶ୍ନ କରାଯାଇଥାଏ । ଆଜିର ସମୟରେ ଷ୍ଟାଇଲ୍ ଆଇକନ୍ ସାଜିଥିବା ମୌନୀଙ୍କ ଆଉଟଫିଟ୍, ମେକଅପ୍, ଫୁଟୱେର୍ ଓ ସ୍କିନ୍ କେୟାରକୁ ଝିଅମାନେ କପି କରୁଛନ୍ତି । ତେବେ ମୌନି ନିଜର ବିୟୁଟି ସିକ୍ରେଟ୍ ସମ୍ପର୍କରେ ଯାହା ସବୁ କହିଛନ୍ତି ଆସନ୍ତୁ ଜାଣିବା –
୧- ମୌନୀ ନିଜର ଆଇ ମେକଅପକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଆଖିକୁ ହାଇଲାଇଟ୍ କରିବା ତାଙ୍କୁ ବେଶ୍ ପସନ୍ଦ । ତେଣୁ ସେ ଚେହେରାରେ ହାଲକା ମେକଅପ୍ କରି କାଜଲ୍ ଓ ଆଇଲାଇନରରେ ଆଖିକୁ ହାଇଲାଇଟ୍ କରିଥାନ୍ତି ।
୨- ଚେହେରାକୁ ପିମ୍ପଲସ୍ ଓ ଟୋନିଙ୍ଗରୁ ରକ୍ଷା କରିବା ପାଇଁ ସେ ସବୁଦିନ ଆଲୋବେରା ଜେଲ୍ ଲଗାଇଥାନ୍ତି ।
୩- ମୌନୀ ରୟ କହିଛନ୍ତି ଯେ ସବୁବେଳେ ଏକ ଲିପବାମ୍ ନିଜ ପର୍ସରେ ରଖିବା ଉଚିତ୍ । ୩-୪ ଘଣ୍ଟା ବ୍ୟବଧାନରେ ଏହାକୁ ବ୍ୟବହାର କରିବା ଦ୍ୱାରା ଓଠର ସୁନ୍ଦରତା ବଢ଼ିଥାଏ ।
୪- ଯେ କୌଣସି ବିୟୁଟି ପ୍ରଡକ୍ଟ ବ୍ୟବହାର କରିବା ପୂର୍ବରୁ ମୌନୀ ଡାକ୍ତର କିମ୍ବା ବିୟୁଟିସିଆନଙ୍କ ପରାମର୍ଶ ନେଇଥାନ୍ତି ।
୫- ବାହାରକୁ ଯିବା ସମୟରେ ସନସ୍କ୍ରିମ୍ ଲଗାଇବା ଓ ପ୍ରଚୁର ପାଣି ପିଇବାକୁ ମୁଁ ପସନ୍ଦ କରେ । କାରଣ ଏହାଦ୍ୱାରା ସ୍କିନ୍ ହାଇଡ୍ରେଡ୍ ରହିଥାଏ ।
୬- ସୁଟିଂ ସେଡ୍ୟୁଲ୍ କିମ୍ବା ସେଭଳି କୌଣସି ବଡ଼ ଉତ୍ସବ ନଥିଲେ ମୁଁ ମେକଅପ୍ ନେଇନଥାଏ । ସୁଟିଂ ପରେ ମେକଅପ୍ ବାହାର କରିବା ପାଇଁ ସବୁବେଳେ ଅଏଲ୍ ଯୁକ୍ତ କ୍ଲିନଜର୍ ବ୍ୟବହାର କରିଥାଏ । ଏହା ଚେହେରାକୁ କୋମଳ ରଖିଥାଏ ।

Leave a Reply

Your email address will not be published.