ଏପ୍ରିଲ୍‌୨ରୁ ସକାଳୁଆ ସ୍କୁଲ୍‌, ମେ’୬ରୁ ଛୁଟି

ଭୁବନେଶ୍ଵର, (ଓଟି): ଆସନ୍ତା ଏପ୍ରିଲ୍‌ ୨ ତାରିଖରୁ ସବୁ ସ୍କୁଲ୍‌ ସକାଳୁଆ ହେବ। ସକାଳ ସାଢ଼େ ୬ରୁ ସ୍କୁଲ୍‌ ଆରମ୍ଭ ହୋଇ ସାଢ଼େ ୧୦ ସୁଦ୍ଧା ଛୁଟି ହେବ। ଅତିବେଶୀରେ ଏହା ୧୧ଟାଯାଏ ଚାଲିପାରେ। ସରକାରୀ ସ୍କୁଲ୍‌ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ୧୦ଟା ସୁଦ୍ଧା ବିତରଣ କରିବାକୁ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଠିକ୍‌ ସେହିପରି ଆସନ୍ତା ଶିକ୍ଷାବର୍ଷ ଏପ୍ରିଲ୍‌ ୩ ତାରିଖରୁ ଆରମ୍ଭ ହେବ। ଏଥିନେଇ ଆବଶ୍ୟକ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ଆଖିରେ ରଖି ସ୍କୁଲ୍‌ଗୁଡ଼ିକ ସେମାନଙ୍କ ପରୀକ୍ଷା ଓ ଫଳାଫଳ ପ୍ରକାଶ କାର୍ଯ୍ୟ ୩୦ ତାରିଖ ସୁଦ୍ଧା ଶେଷ କରିବା ଲାଗି ନିର୍ଦେଶ ଦିଆଯାଇଛି।

ସ୍କୁଲ୍‌ ଏପ୍ରିଲ୍‌ ୩ରୁ ମେ୫ ତାରିଖଯାଏ ଚାଲିବ। ମେ’ ୬ରୁ ଖରାଛୁଟି ଆରମ୍ଭ ହେବ ବୋଲି ବିଭାଗ ପ’ରୁ କୁହାଯାଇଛି।

କିନ୍ତୁ ରୌଦ୍ରତାପ ବଢ଼ିଲେ ଏହା ପୂବର୍ର୍ରୁ ବି ସ୍କୁଲ୍‌ଗୁଡ଼ିକରେ ଖରାଛୁଟି ଘୋଷଣା ହୋଇପାରେ। ପୂର୍ବବର୍ଷଗୁଡ଼ିକର ଇତିହାସକୁ ଦେଖିଲେ ଏପରି ହୋଇଥିବା ଜଣାଯାଏ।

Leave a Reply

Your email address will not be published.