ତାରା ଫ୍ରମ୍‌ ସତାରା: ସୋହନ୍‌ କପୁରଙ୍କ ଦ୍ଵାରା ବଛା କଳାକାରଙ୍କ ଯାଦୁଗରୀ ଟିଭି ସିରିଏଲ୍‌

ମୁମ୍ବାଇ ଫିଲ୍ମ ଓ ଟେଲିଭିଜନ୍‌ ଦୁନିଆରେ ଜଣେ ପରିଚିତ ନାଁ ହେଉଛନ୍ତି ସୋହନ୍‌ ଠାକୁର। ସ୍କ୍ରିନ୍‌ ଉପରେ ସାଧାରଣ ଲୋକ ତାଙ୍କୁ ଦେଖିବାର ସୁଯୋଗ ପାଆନ୍ତି ନାହିଁ କିନ୍ତୁ ସାରା ଦେଶରୁ ଖୋଜି ଖୋଜି ଖେଶଜି ଯାହାଙ୍କୁ ସେ ପର୍ଦା ଉପରକୁ ଆଣନ୍ତି ସେ ମନ କିଣି ନିଅନ୍ତି ଦର୍ଶକଙ୍କର। ହଁ, ଜଣାଶୁଣା କାଷ୍ଟ ଡାଇରେକ୍ଟର ସୋହନ୍‌ଙ୍କ ବାବଦରେ ଏମିତି ଅନେକ କଥା ରହିଛି ଯାହା ଜାଣିବା ପାଇଁ ଆଗ୍ରହ ନିଶ୍ଚିତ ସୃଷ୍ଟି ହେବ!

ସୋହନ୍‌ ଠାକୁରଙ୍କ ଘର ବିହାରର ଦରଭଙ୍ଗା ଜିଲ୍ଲାରେ। ପିଲା ଦିନର ସ୍ଵପ୍ନ ଥିଲା ସେ ଭାରତୀୟ ବାୟୁସେନାରେ ଯୋଗ ଦେବେ। ତା’ ପରେ ପାଇଲଟ୍‌ ହେବାର ଇଚ୍ଛା ତାଙ୍କ ମନକୁ ଆକ୍ରାନ୍ତ କରିଥିଲା। କିନ୍ତୁ ବିଧି କିଛି ଅଲଗା ଚାହୁଁଥିଲା। ଇଣ୍ଟର ମିଡିଏଟ୍‌ରେ ଫଳାଫଳ ଖରାପ ହେବାରୁ ସୋହନ୍‌ ଆଗକୁ ଆହୁରି ମଜଭୁତ ହେଲେ। କଠିନ ପରିଶ୍ରମ ଦ୍ଵାରା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବନିଲେ। ତଥାପି ସେଇଠି ପଡ଼ିଲା ନାହିଁ ଜୀବନ ଜୀବୀକାର ପୂଣ୍ଣଛେଦ। ଯାହାଙ୍କ ନାଁରେ ଯୁବାବର୍ଗଙ୍କୁ ସ୍ଵପ୍ନ ସାକାର କରିବାର କାମ ଲେଖାଅଛି ସେ ଚାର୍ଟାଡ ଆକାଉଣ୍ଟାଣ୍ଟ ଚାକିରିରେ କେମିତି ବା ଚୁପ୍‌ ବସିଥାଆନ୍ତେ! ସେଇଠୁ ଆରମ୍ଭ ହେଲା ସିନେମାରେ କାଷ୍ଟ ନିର୍ଦେଶନା କାମ। ଆଉ ଏହି କାର୍ଯ୍ୟରେ ସେ ଏତେ ସଫଳତା ପାଇଲେ ଯେ ଆଜି ସାଢ଼େ ଚାରି ହଜାର ଲୋକଙ୍କୁ ସେ ମୁମ୍ବଇ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ହିନ୍ଦି ସିରିଏଲ୍‌ ଇଣ୍ଡଷ୍ଟ୍ରୀରେ ନିଜର ପରାକାଷ୍ଠା ପ୍ରଦର୍ଶନର ସୁଯୋଗ ଦେଇପାରିଛନ୍ତି। 

ଏ ସମ୍ପର୍କରେ ସୋହନ କହନ୍ତି, ଜୀବନ ଗୋଟିଏ ଥର ମିଳିଛି। ଆଉ ଏହାକୁ ଆନନ୍ଦ ଏବଂ ଖୁସିରେ ବିତାନ୍ତୁ। ପୁଣି ଯଦି ପାରୁଛନ୍ତି ତ ଏମିତି କିଛି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ଯେତେବେଳେ ଆପଣଙ୍କ ଦ୍ଵାରା ଆଉ କିଛି ଲୋକ ଆନନ୍ଦରେ ତାଙ୍କ ପ୍ରତିଭା ଦେଖାଇ ଖୁସି ପାଇପାରୁଛନ୍ତି। 

ସୋହନ୍‌ ନିଜ କାମରେ ଯଥେଷ୍ଟ ଖୁସି ପାଉଛନ୍ତି। ଆଉ ଏବେ ତାଙ୍କର ଲକ୍ଷ୍ୟ ହେଉଛି ବିହାରୀ କଳାକାରଙ୍କୁ ଶିଖରରରେ ପହ୍ୟ୍ଚାଇବା ବୋଲି କହନ୍ତି ସୋହନ୍। ହାତକୋଡ଼, ଗାଲ ମୁହଁ ଚିକ୍କଣ ରହିଲେ କେହି କଳାକାର ହୋଇ ଯାଆନ୍ତି ନାହିଁ ଏହା ହୃଦୟରୁ ହୁଏ ବୋଲି ବିଶ୍ଵାସ କରନ୍ତି ସୋହନ୍‌। ଅଭିନୟକୁ ଏକ ସମାଧି ବୋଲଇ ବଣ୍ଣନା କରି କହନ୍ତି ଯେ, ଏଥିରେ ଆପଣ ସମାଜ ଭିତରେ ଥାଇ ବି ସମାଜଠୁ ଅଲଗା ରହନ୍ତି। ଏହା ଫଳରେ ସମାଜକୁ ଏକ ନୂୖା ଚେହେରା ଦେଖାଇପାରନ୍ତି।

ନିକଟରେ ସୋହନଙ୍କ ଦ୍ଵାରା ଚୟନ କରାଯାଇଥିବା କଳାକାରମାନେ ଏକ ନୂଆ ଶୋ ନେଇ ଆସିଛନ୍ତି, ତା’ର ନାଁ ହେଲା ‘ତାରା ଫ୍ରମ୍‌ ସତାରା’। ସୋନୀ ଟିଭିରେ ଏହି ଧାରା ବାହିକ ୧୯ ଅଗଷ୍ଟରୁ ଆରମ୍ଭ ହୋଇଛି। ଏହାପୂର୍ବରୁ ‘ ଅଗ୍‌ଲେ ଜନମ ମୋହେ ବିଟିୟା କିଯୋ, ହିନ୍ଦି ହେ ହମ୍‌, ମାତା କି ଚୌକି, ୱାଣ୍ଟେଡ୍‌, ଲୁଟେରି ଦୁଲ୍‌ହନ୍‌, ବଡ଼ି ବହୁ, ମଧୁବାଲା, ରଙ୍ଗରସିଆ, ସଂସ୍କାର, ଡୋଲି ଅରମାନ କୀ. ସାବଧାନ ଇଣ୍ଡିଆ, ସାବିତ୍ରୀ, ଜାନ୍‌, ମିଟେଗୀ ଲକ୍ଷ୍ମଣ ରେଖା, ତୁ ସୁରଜ୍‌ ମ ସାଞ୍ଝା ପିୟା, ରିସ୍ତା ଲିଖେଙ୍ଗେ, ଦିଲ୍‌ ସେ ଦିଲ୍ ତକ୍‌ ଆଜି ଟିଭି ସିରିଏଲ୍‌ର କାଷ୍ଟ ଡାଇକ୍ଟେର କାମ ସେ ତୁଲାଇଛନ୍ତି। 

ସୋହନଯେ ବିହାର ଛାଡ଼ି ସିଧା ମୁମ୍ବାଇ ଆସିଲେ ତା’ ନୁହେଁ, ଚାକିରିର ସନ୍ଧାନ ତାଙ୍କୁ ପ୍ରଥମେ ଦିଲ୍ଲୀରେ ବସାଇଥିଲା। ସେଠାରେ ସେ ଯେଉଁ ଫାର୍ମରେ ଚାକିରି କରୁଥିଲେ ସେଠାରେ ମୂଳତଃ ଅନେକ ଫିଲ୍ମ ଓ ଠିଭି କଳାକାର ଆସୁଥିଲେ। ପ୍ରଥମେ ସେହିଠାରେ ଏକ ପ୍ରଡକ୍ସନ୍‌ ହାଉସ୍‌ ପାଇଁ କଳାକାର ସେ ଖୋଜୁଥିଲେ। ସଫଳା ପାଇବା ପରେ ଧିରେ ଧିରେ କାମ ବଢ଼ିଲା। ଆଉ ଦିଲ୍ଲୀରୁ ମୁମ୍ବାଇ ତାଙ୍କର ଆସିବା ହେଲା। 

Leave a Reply

Your email address will not be published. Required fields are marked *