#କରୋନା ଆତଙ୍କ: ଯାଜପୁରରୁ ପୁଣି ୫ ପଜିଟିଭ୍‌

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଆତଙ୍କ ବଢ଼ିବାରେ ଲାଗିଛି। ଏହିକ୍ରମରେ ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ପୁଣି ୫ଟି ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଛି। ଫଳରେ ଚିନ୍ତା ବଢ଼ି ଯାଇଛି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ କଟିକଟା, ମହାନ୍ତିପାଟଣା ଓ ଓଳସାହି ଅଞ୍ଚଳରୁ ୫ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାଦ୍ଵାରା ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୪କୁ ବୃଦ୍ଧି ପାଇଯାଇଛି।  ମୋଟ ପଜିଟିଭ୍‌ ମାମଲା ୯୯ ଆସିଥିବାବେଳେ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଜଣଙ୍କ ପ୍ରାଣହାନୀ ଘଟିଛି। ଉଲ୍ଲେଖଯୋଗ୍ୟ ଯେ  ଏହି ରିପୋର୍ଟ ପୂର୍ବରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *